ରାସ୍ତାରେ ରୋଡ଼ ରୋମିଓଙ୍କ ଯୁକ୍ତିତର୍କ, ମେଜରଙ୍କ ବାନ୍ଧବୀ କହିଲେହୁ ଇଜ ମୋହନ ମାଝି

ରାସ୍ତାରେ ରୋଡ଼ ରୋମିଓଙ୍କ ଯୁକ୍ତିତର୍କ, ମେଜରଙ୍କ ବାନ୍ଧବୀ କହିଲେହୁ ଇଜ ମୋହନ ମାଝି

ଭରତପୁର ଥାନା ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ସତ । ସେଦିନ ରାତିରେ ଥାନା ଘଟଣା ପୂର୍ବରୁ ରାସ୍ତାରେ ଅଙ୍କିତାଙ୍କ ସହ ହୋଇଥିଲା କିଛି ଏମିତି କାଣ୍ଡ । ରୋଡ ରୋମିଓଙ୍କୁ କିଛି ଏପରି କହିଥିଲେ ପୀଡିତା ଅଙ୍କିତା ପ୍ରଧାନ । ହଁ ଦର୍ଶକବନ୍ଧୁ ଭାଇରାଲ ହେବାରେ ଲାଗିଛି ପୀଡିତାଙ୍କ ଆଉ ଏକ ଭିଡିଓ । ମହିଳା ଜଣଙ୍କ ଥାନାକୁ ଯିବା ପୂର୍ବରୁ ରାଜଧାନୀ ରାଜରାସ୍ତାରେ ହୋଇଥିଲା କଣ । ଥାନାରେ ଯାହା ଘଟିଲା ତାହା ଆପଣମାନେ ଜାଣିଲେ କିନ୍ତୁ ତା ପୂର୍ବରୁ ପୀଡିତା ଜଣଙ୍କ କେଉଁଠିକି ଯାଇଥିଲେ ଏବଂ ରୋଡ ରୋମିଓଙ୍କ ସହ କିପରି ଭେଟ ହେଲା ଆସନ୍ତୁ ଜାଣିବା । ଟିକିଏ ନଜର ପକାନ୍ତୁ ଏହି ଭିଡିଓଟି ଉପରେ ଅଙ୍କିତା କିଛି ଜଣ ଯୁବକଙ୍କ ସହିତ ଯୁକ୍ତିତର୍କ କରୁଛନ୍ତି । ସେମାନଙ୍କ ମଧ୍ୟରେ କିଛି କଥାକୁ ନେଇ କଥା କଟାକଟି ହୋଇଛି । ଚୁପଚାପ ଠିଆ ହୋଇ ଏସବୁ ଶୁଣୁଛନ୍ତି ପଡୀତାଙ୍କ ସାଥୀ । ସାତ ଜଣ ଯୁବକଙ୍କ ସହିତ ପୀଡିତାଙ୍କର ହୋଇଥିଲା ଜୋରଦାର ପାଟିତୁଣ୍ଡ । ପୀଡିତା ସେହି ଯୁବକଙ୍କୁ କହୁଛନ୍ତି କାହିଁକି ମୋ ସହ ଏପରି ଦୁର୍ବ୍ୟବାହର କଲ ମୋ ଗାଡି ମୋ ଇଚ୍ଛା ଯାହା ମୁଁ ସେୟା କରିବି । ଖାଲି ସେତିକି ନୁହେଁ ଅଙ୍କିତା ମଧ୍ୟ ତାଙ୍କୁ ପଚାରୁଛନ୍ତି ହୁ ଇଜ ମୋହନ ମାଝୀ । ଦେଖିଲେ ତ ଦର୍ଶକବନ୍ଧୁ ଏହି ସାତ ରୋଡ ରୋମିଓଙ୍କ ସହ ଅଙ୍କିତାଙ୍କର କିଭଳି ବଚସା ହୋଇଥିଲା । ଖାଲି ସେତିକି ନୁହେଁ ବଚସା ପୂର୍ବରୁ ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ବାରରେ ନାଚୁଥିବାର ଭଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହାପରେ ରାସ୍ତାରେ ଏହି ଘଟଣା ଘଟିବା ପରେ ମାମଲା ରୁଜୁ କରିବା ପାଇଁ ଭରତପୁର ଥାନାରେ ପହଞ୍ଚିଥିଲେ ଏବଂ ସେଠାରେ ମଧ୍ୟ ଥାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗାଲିଗୁଲଜ କରିଥିଲେ । ଯେଉଁଥିରୁ ସଷ୍ଟ ଜଣାପଡୁଥିଲା ଯେ ଦୁହେଁ ନିଶାରେ ଥିଲେ । ଏବଂ ଡିସିପି ପ୍ରତିକ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା  ଦେଇ କହିଥିଲେ ଥାନା କର୍ମଚାରୀଙ୍କୁ ଦୁର୍ବବ୍ୟବହାର କରାଯିବା ନେଇ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଏବେ ଦ୍ୱନ୍ଦ ଉଠୁଛି ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଧି ପୀଡିତା ଯାହା କହିଥିଲେ ତାହା ସତ ନା ଡିସିପି ଯାହା କହିଥିଲେ ତାହା ସତ । ତେବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ଏହି ପ୍ରଶ୍ନର କେବେ ଉତ୍ତର ଦେଉଛନ୍ତି ଭୁବନେଶ୍ୱର ପୋଲିସ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *