ରାସ୍ତା ପାଲଟିଛି ମରଣଯନ୍ତା

ରାସ୍ତା ପାଲଟିଛି ମରଣଯନ୍ତା

ଭୁବନେଶ୍ୱର:

ସ୍ମାର୍ଟସିଟି ରାସ୍ତା ପାଲଟିଛି ମରଣଯନ୍ତା | ଯେଉଁଥିପାଇଁ ଅନେକ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି | ରାଜଧାନୀ ଭୁବନେଶ୍ୱର ଗଲିକନ୍ଦି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ଏକପ୍ରକାର ମରଣଯନ୍ତା ପାଲଟିଲାଣି | କେଉଁଠି ଡ୍ରେନ କାମ ପାଇଁ ରାସ୍ତା ଖୋଳାଯାଇଛି ତ ଆଉ କେଉଁଠି କାମ ଶେଷ ହେଲାପରେ ବି ଅଧାପନ୍ତରିଆ ରାସ୍ତା ଦେଖିବାକୁ ମିଳୁଛି | ଫଳରେ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି | ମାଉସୀ ମା’ ଛକରୁ ରବିଟକିଜ ଆଡକୁ ଯିବାକୁ ଥିବା ରାସ୍ତାରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି | ଏଥିରେ ଯାତାୟାତ ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାସ୍ତା ମଝିରେ ବଡ ବଡ ଖାଇ ସୃଷ୍ଟି ହୋଇଛି | ପ୍ରତିଦିନ ଏହି ବାଟ ଦେଇ ଶହଶହ ସଂଖ୍ୟାରେ ଯାତ୍ରା ଆସୁଥିବା ଲେ ରବିଟକିଜ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଆଡକୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯାତାୟାତ କରୁଛନ୍ତି | ସକାଳୁ ରାତି ଯାଏଁ ଜନଗହଳି ହେଉଥିବା ଏହି ରାସ୍ତା ମରାମତି କରାଯାଇନାହିଁ | ଫଳରେ ସେତିକି ରାସ୍ତା ଅତିକ୍ରମ କରିବା ଭିତରେ ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ଘଟୁଛି | ରାଜଧାନୀର ଏକ ପ୍ରମୁଖ ରାସ୍ତା ଅବସ୍ଥା ଯଦି ଏଭଳି, ତା’ହେଲେ ଗଳିକନ୍ଦିର ଅବସ୍ଥା ସହଜେ ଅନୁମେୟ | ପ୍ରାୟ ୬ମାସରୁ ଉର୍ଦ୍ଧ ହେବ ଏଭଳି ଅବସ୍ଥାରେ ପଡିଥିବାବେଳେ ପ୍ରସାଶନର ଏଥିପ୍ରତି ଦୃଷ୍ଟି ପଡୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି |

ସେହିପରି ପିଏମଜି ରୋଡ଼ ସାଜିଛି ମରଣଯନ୍ତା | ସାମାନ୍ୟ ଅସାବଧାନତା ହେଲେ କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ | ନିମ୍ନମାନର ରାସ୍ତା କାମ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ଯାତ୍ରୀ | ପଥଚାରୀଙ୍କଠାରୁ ଆରମ୍ଭ କରି ଗାଡି ଓ ସାଇକେଲ ନେଇ ଯାଉଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଅନ୍ୟ କେତକ ରାସ୍ତା ଅବସ୍ଥା ମଧ୍ୟ ଏହିଭଳି ରହିଛି | କେତେବେଳେ ପିଚୁ ରାସ୍ତା ବଦଳିଯାଉଛି ତ କେତେବେଳେ ରାସ୍ତା ଖୋଳି ହୋଇ ଦୁର୍ଘଟଣା ସମ୍ଭାବନାକୁ ବଢ଼ାଇ ଦେଉଛି | କେବଳ ସ୍ତାନିଆବାସୀନ୍ଦା ନୁହନ୍ତି, ସ୍କୁଲ କଲେଜ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ ଚାକିରିଆ, ବିଶେଷକରି ମହିଳା ଓ ବୁଦ୍ଧମନେ ଏହି ରାସ୍ତା ଉପରେ ନିର୍ଭର କରି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି | ଏଭଳି ରାସ୍ତାରେ ଲୋକେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ ବି ଏଥିପ୍ରତି କାହାର ନିଘା ନାହିଁ | ବଡ ବଡ ଖାଲ ଯୋଗୁଁ ରାସ୍ତା ମରଣଯନ୍ତା ସାଜିଥିଲେ ବି କାହାରି ଚେତା ପଶୁନି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି | କିଛି ସ୍ଥାନରେ ରାସ୍ତାକୁ ଲାଗି ରହିଥିବା ଡ୍ରେନ ଉପରୁ ସ୍ଲାବ ଖସିଯିବାପରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ହୋଇଯାଇଥିବାରୁ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *