ରାହୁଲଙ୍କ ରାସ୍ତାରେ ନବୀନ !

ରାହୁଲଙ୍କ ରାସ୍ତାରେ ନବୀନ !

ଆଜି ରାତିରେ ଶୋଇବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ . ରାହୁଲଙ୍କ ରାସ୍ତାରେ ପାଦ ଦେଲେଣି ଶଙ୍ଖପତି . ଭାରତ ଯୋଡ଼ ଯାତ୍ରା ପରେ ନବୀନଙ୍କ ପଦଯାତ୍ରା . ଆଜି ରାତିରେ ନବୀନଙ୍କ ଆଖିକୁ ଆସିବନି ନିଦ .ରାତି ପାହିଲେ ନେବାକୁ ହେବ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି କାହାକୁ ଦେବେ ଶଙ୍କଭବନ ଦାୟିତ୍ୱ .କାହା ଉପରେ ବିଶ୍ୱାସ କରିବେ ନବୀନ . ବବି ଆଉ ପାଣ୍ଡିଆନଙ୍କ ପରେ କାହାଉପରେ ପୁଣି ଥରେ କରିବେ ବିଶ୍ୱାସ . ଏହାକୁ ନେଇ ଏବେ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ .

ତେବେ ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ ଆସନ୍ତା କାଲି . ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବସିବାକୁ ଯାଉଛି .ଏଥିରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ .ଆଗକୁ ହେବାକୁ ଥିବା ପଦଯାତ୍ରା ,ନୂଆ କମିଟି ଓ ଅନ୍ୟ ସଂଗଠନିକ କାର୍ଯକ୍ରମ ନେଇ ହେବ ଆଲୋଚନା .ତେବେ ବିଗତ ଦିନରେ ବୁଡିଯାଉଥିବା ସଂଗଠନକୁ ପୁଣି ଥରେ ଠିଆ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେପରି ଭାରତଯୋଗ ଯାତ୍ରାର ଆୟୋଜନା କରିଥିଲେ .ଠିକ ସେହିପରି ଏଥର ସାଧାରଣ ନିର୍ବାଚନରେ ଦଳର ମହା ବିପର୍ଯ୍ୟୟ ପରେ ଟଳିପଡିଥିବା ସଂଗଠନକୁ ପୁଣି ଥରେ ଠିଆ କରିବାକୁ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି .

ନିର୍ବାଚନ ରେ ଦଳର ଏପରି ପରାଜୟ ପଛର କାରଣ ଖୋଜା କମିଟି ଚୟନ ବି ରହିବ ଫୋକସରେ .ବିରୋଧୀ ଦଳରେ ରହି ବି ବିକାଶ ଆମ ପ୍ରାଥମିକତା .ଆଗକୁ ବିକାଶ ପାଇଁ ହଲଚଲ ଲାଗି ରହିବ ବୋଲି କହିଛନ୍ତି ବିଜେଡି କହିଛନ୍ତି ବିଜେଡି ନେତା ଦେବୀ ମିଶ୍ର .ଆଗକୁ ବିଜେଡି ନୂଆ କମିଟି ଗଠନ କରିବ .ଏହାସହ ଅନ୍ୟାନ୍ୟ ସଂଗଠନିକ କାର୍ଯ୍ୟକ୍ରମ କରିବ . ପଦଯାତ୍ରା କରିବ ଲୋକଙ୍କ ନିକଟକୁ ପହଚିବି .ଏଥିଲାଗି ପ୍ରସ୍ତୁତ ହେବ ରଣନୀତି .ସେହିପରି ଚଳିତ ନିର୍ବାଚନରେ ବିଜେଡିର ପରାଜୟ କାହିଁକି ହୋଇଥିଲା .ସେନେଇ ମଧ କାରଣ ଖୋଜିବା କମିଟି .

author

Related Articles

Leave a Reply

Your email address will not be published. Required fields are marked *