ରାହୁଲଙ୍କ ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ

ରାହୁଲଙ୍କ ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ

କଂଗ୍ରେସକୁ ଘାରିଛି ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଚିନ୍ତା । ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଅନେକ ଥର କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହେଉଥିବାରୁ ରାହୁଲଙ୍କ ସୁରକ୍ଷାରେ ଅବହେଳା ହେଉଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏ ସମ୍ପର୍କରେ ଖଡଗେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଆସାମରେ ରାହୁଲ ଗାନ୍ଧୀଙ୍କୁ ପର‌୍ୟ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଖଡ଼ଗେ ।ରାହୁଲ ଜେଡ୍ ପ୍ଲସ ସିକ୍ୟୁରିଟି ବର୍ଗରେ ଥିଲେ ମଧ୍ୟ ତାଙ୍କ ସୁରକ୍ଷାରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ।

ଏହାସହ ଚିଠିରେ କିଛି ଘଟଣାକୁ ଉଲ୍ଲେଖ କରାଯାଇଛି, ଯେଉଁଥିରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଜାନୁଆରୀ ୨୨ତାରିଖ ଦିନ ଆସାମ ନଅ-ଗାଁରେ ନ୍ୟାୟ ଯାତ୍ରାକୁ ବିଜେପି କର୍ମୀ ବାଧା ଦେବା ସହ ରାହୁଲଙ୍କ ଅତି ନିକଟକୁ ଚାଲିଆସିଥିଲେ, ଯାହା ତାଙ୍କ ପାଇଁ ଅସୁରକ୍ଷିତ ବୋଲି କହିଛନ୍ତି ଖଡ଼ଗେ । ଏହାସହ ଆସାମ ପୁଲିସ କୌଣସି ପଦକ୍ଷେପ ନେଉନଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ । ନ୍ୟାୟ ଯାତ୍ରା ଜାରି ରହିଥିବାରୁ ରାହୁଲଙ୍କ ସୁରକ୍ଷା ନେଇ କେନ୍ଦ୍ରଗୃହମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ଏବଂ ରାହୁଲ ଗାନ୍ଧୀଙ୍କୁ ପର‌୍ୟ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ପୁଲିସ ଡିଜିଙ୍କୁ ଉଚିତ ପଦକ୍ଷେପ ନେବାକୁ ସୁନିଶ୍ଚିତ କରାନ୍ତୁ ବୋଲି ଚିଠିରେ ଲେଖିଛନ୍ତି ଖଡ଼ଗେ ।

author

Related Articles

Leave a Reply

Your email address will not be published. Required fields are marked *