ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି । ଛଅ ବର୍ଷ ତଳର ମାନହାନି ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି ମିଳିଛି । ଉତ୍ତରପ୍ରଦେଶର ସୁଲତାନପୁର କୋର୍ଟରୁ ତାଙ୍କୁ ଜାମିନ ମିଳିଛି । ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ । ଏହି ଘଟଣାରେ ବିଜେପି ନେତା ବିଜୟ ମିଶ୍ରା କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଆଜି ରାହୁଲ ସୁଲତାନପୁର କୋର୍ଟରେ ହାଜର ହେବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ନ୍ୟାୟାଳୟ । ୨୫ ହଜାର ଟଙ୍କାର ବେଲ ଦଣ୍ଡ ବଦଳରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

author

Related Articles

Leave a Reply

Your email address will not be published. Required fields are marked *