ରାହୁଲ ଗାନ୍ଧୀଙ୍କ ଆଚରଣ ମର୍ଯ୍ୟାଦା ବହିର୍ଭୁତ:ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ରାହୁଲ ଗାନ୍ଧୀଙ୍କ ଆଚରଣ ମର୍ଯ୍ୟାଦା ବହିର୍ଭୁତ:ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ:

‘ଜେଡ-ପ୍ଲସ’ ସୁରକ୍ଷା ପାଇଥିବା ତଥା ଏକ ଜାତୀୟ ରାଜନୈତିକ ଦଳ ନେତାଙ୍କର ଏଭଳି ଆଚରଣ ମର୍ଯ୍ୟାଦା ବହିର୍ଭୁତ ବୋଲି କହି ବୁଧବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପୁରୁଷ ହଷ୍ଟେଲର ମୁଖ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଛନ୍ତି |
ସୂଚନାଯୋଗ୍ୟ, ଗତ ସପ୍ତାହରେ ରାହୁଲ ଗାନ୍ଧୀ ହଠାତ ଉକ୍ତ ହଷ୍ଟେଲ ପରିଦର୍ଶନ କରିଥିଲେ | ହଷ୍ଟେଲର ମୁଖ୍ୟ କେ.ପି. ସିଂହ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ୨ପୃଷ୍ଠା ସମ୍ବଳିତ ନୋଟିସରେ କହିଛନ୍ତି, ଏଭଳି ଆକସ୍ମିକ ଆଗମନ ବିନା ଅନୁମତିରେ ପ୍ରବେଶ ଏବଂ ଦାଇତ୍ୱହୀନ ଆଚରଣ ସହିତ ସମାନ | ୩ଟି ଗାଡି ନେଇ ହଷ୍ଟେଲ ପରିସରକୁ ରାହୁଲଙ୍କ ଅପ୍ରତ୍ୟାଶୀଓତା ପ୍ରବେଶ ଛାତ୍ରାବାସ ପାଇଁ ନିର୍ଦ୍ଧାରିତ ନୀତିନିୟମ ଉଲ୍ଲଘଂନ କରୁଛି | ଭବିଷ୍ୟତରେ ଏଭଳି ପଦକ୍ଷେପ ନେବାରୁ ବିରାଟ ରହିବାକୁ ମଧ୍ୟ ସେ ତାଙ୍କୁ ପରାମର୍ଶ ଦେଇଛନ୍ତି | ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପୁରୁଷ ହଷ୍ଟେଲ ପରିଦର୍ଶନ କରି କେତେକ ଛାତ୍ରଙ୍କ ସହିତ ଆଳାପ ଆଲୋଚନା କରିବା ପରେ ସେମାନଙ୍କ ସାଥିରେ ମଧ୍ୟାହ୍ନ ଭୋଜନ ଖାଇଥିଲେ | ରାହୁଲଙ୍କ ଏଭଳି ଆଚରଣକୁ ହଷ୍ଟେଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ନିନ୍ଦା କରିଛନ୍ତି | ଚାପରେ ପଡି ପ୍ରଶାସନ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି କଂଗ୍ରେସର ଛାତ୍ର ଶାଖା ‘ଦି ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ ଇଣ୍ଡିଆ’ ମଙ୍ଗଳବାର ଦିନ ଅଭିଯୋଗ କରିଥିଲା | କିନ୍ତୁ, ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏଭଳି କୌଣସି ଚାପପଡ଼ିନାହିଁ | ଏହା ଶୃଙ୍ଖଳା ରକ୍ଷା ନିମନ୍ତେ ଉର୍ଦ୍ଦିଷ୍ଟ |

author

Related Articles

Leave a Reply

Your email address will not be published. Required fields are marked *