ରାୟଗଡାରେ ଡ୍ରୋନରେ ପଠାଯିବ ଔଷଧ

ରାୟଗଡାରେ ଡ୍ରୋନରେ ପଠାଯିବ ଔଷଧ

ରାୟଗଡା ଜିଲ୍ଲାରେ ହେବ ନୂଆ ଉପଲବଧି । ରାୟଗଡା ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଡ୍ରୋନରେ ପରିବହନ ହେବ ଜୀବନ ରକ୍ଷାକାରୀ ଔଷଧ । ଯାହାକୁ ପରିକ୍ଷାମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତରଖାନାକୁ ଔଷଧ ପଠାଯାଇଛି । ବାରିଝୋଲା ସ୍ଥିତ ମୂଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରେଡୱିଙ୍ଗ ଭଳି ଅଗ୍ରଣି ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ସ୍ୱାସ୍ଥ୍ୟସେବା ଡ୍ରୋନ ବିତରଣ ନେଟୱାର୍କର ଶୂଭାରମ୍ଭ କରାଯାଇଛି । ଏହାକୁ ଅନୁସୂଚିତ ଜାତି ଓ ଜନଯାତି ଉନ୍ନୟନ ଓ ସଂଖ୍ୟାଲଘୁ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏହି ଡ୍ରୋନ୍ ୧ କେଜି ୫୦୦ ଗ୍ରାମ ଓଜନର ଔଷଧ ବୋହିନେଇପାରିବାର କ୍ଷମତା ରଖିଛି ଗୁଡାରୀ ଡାକ୍ତରଖାନାକୁ ମାତ୍ର ୩୫ ମିନିଟରେ ଔଷଧ ପହଞ୍ଚାଇପାରିଛି ଏହି ଡ୍ରୋନ । ଏହା ସମୟ ଅପଚୟରୁ ରକ୍ଷା କରିବ ।

author

Related Articles

Leave a Reply

Your email address will not be published. Required fields are marked *