ରାୟଗଡା ପୋଲିସକୁ ମିଳିଳା ବଡ ସଫଳତା

ରାୟଗଡା ପୋଲିସକୁ ମିଳିଳା ବଡ ସଫଳତା

ରାୟଗଡ଼ା ଆଇ ସି ଡି ଏସ୍ କାର୍ଯ୍ୟାଳୟ ସମ୍ମୁଖ ସ୍ତିତ୍ ସାଇରାମ ରେଷ୍ଟୁରାଣ୍ଟର ଗତ ୨୩ ତାରିଖ ରାତିରେ ଚୋରି ହେବା ଘଟଣାରେ ରାୟଗଡ଼ା ପୁଲିସକୁ ସଫଳତା ମିଳିଛି । ଏହି ଘଟଣାରେ ପୁଲିସ ଗୋଟିଏ ନାବାଳକ ସହ ୨ଜଣଙ୍କୁ ଗିରଫ କରିବା ସହ ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ବୁଲେଟ୍ ଓ ୩ଟି ମୋବାଇଲ ଓ ଚୋରୀ ଘଟଣା ରେ ବ୍ୟବହାର କରିଥିବା ଯନ୍ତ୍ରପାତି ସହ ଜବତ କରିଛି । ଅଭିଯୁକ୍ତ ଦ୍ବୟ ହେଲେ ରୂପେଶ ନାଗ ଓ ପଙ୍କଜ କଣ୍ଡାଗିରି | ପଙ୍କଜ ସାଇରାମ ହୋଟେଲ୍ କାମ କରୁଥିଲେ ବୋଲି ରାୟଗଡ଼ା ଏସ ଡି ପିଓ ରଶ୍ମିରଂଜନ ସେନାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଜଣେ ନାବାଳକ ସଂପୃକ୍ତ ଥିବା ଶ୍ରୀ ସେନାପତି କହିଛନ୍ତି। ପଙ୍କଜ କଣ୍ଡାଗିରି ଏହି ଚୋରି ଘଟଣାର ମାଷ୍ଟରମାଇଣ୍ଡ ଥିବା ବେଳେ ଏହି ଘଟଣାରେ ସଂପୃକ୍ତ ପିଙ୍କୁ ଟାକ୍ରି ଫେରାର ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର କହଁର ଉପସ୍ଥିତ ଥିଲେ। ଫେରାର ଥିବା ପିଙ୍କୁକୁ ତୁରନ୍ତ ଗିରଫ କରାଯିବ ବୋଲି ଶ୍ରୀ କହଁର ସୂଚନା ଦେଇଛନ୍ତି। ସୂଚନା ମୁତାବକ
ଗତ ୨୨ ତାରିଖ ରାତିରେ ସାଇରାମ ରେଷ୍ଟୁରାଣ୍ଟରୁ ମାଲିକ ପ୍ରାୟ ୩ ଲକ୍ଷ ୪୦ ହଜାର ଟଙ୍କା, ସିସି କ୍ୟାମେରା, ହାର୍ଡ ଡିସ୍କ ଆଦି ଚୋରି ହୋଇଥିବା ନେଇ ମାଲିକ ହୋଟେଲ ମାଲିକ ଏମ୍. ଶ୍ରୀନିବାସ ରାଓ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ପୁଲିସକୁ ସଫଳତା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *