‘ରାୱଡି ରାଠୋର୍-2’ରେ ଅକ୍ଷୟ ଇନ୍, ସିଦ୍ଧାର୍ଥ ଆଉଟ୍

‘ରାୱଡି ରାଠୋର୍-2’ରେ ଅକ୍ଷୟ ଇନ୍, ସିଦ୍ଧାର୍ଥ ଆଉଟ୍

ଭୁବନେଶ୍ୱର:

ବଲିଉଡ ସୁପରହିଟ ଚଳଚ୍ଚିତ୍ର ମଧ୍ୟରେ ଅନ୍ୟତମ ହେଉଛି ‘ରାୱଡି ରାଠୋର୍’ | ୨୦୧୨ରେ ନିର୍ମାଣ ହୋଇଥିବା ଏହି ଫିଲ୍ମି ବକ୍ସ ଅଫିସରେ ଭଲ ବିଜନେସ ବି କରିଥିଲା | ପ୍ରଭୁ ଦେବା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଞ୍ଜୟଲୀଲା ଭନସାଲି ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲେ | ୨୦୨୦ରେ ଏହାର ସିକ୍ୱେଲ ବା ପାର୍ଟ-୨ ତିଆରି କରିବା ପାଇଁ ଯୋଜନା ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଏଯାବତ ଏହାର ସୁଟିଂ ଆରମ୍ଭ ହୋଇପାରିନାହିଁ | ତେବେ କିଛିଦିନ ପୂର୍ବରୁ ଏଥିରେ ସିଦ୍ଧାର୍ଥ ମଲହୋତ୍ରା କାମ କରିବେ ବୋଲି କୁହାଯାଇଥିଲା | କିନ୍ତୁ ଏବେ ମୂଳ ଫିଲ୍ମିର ଅଭିନେତା ଅକ୍ଷୟ କୁମାର ହିଁ ଲିଡ଼ରୋଲ ପାଇଁ ଫାଇନାଲ ହୋଇଥିବା ଜଣାପଡିଛି | ‘ହେରାଫେରି-୩’ ପରି ପୁଣି ଠାରେ ଅକ୍ଷୟଙ୍କୁ ହାତକୁ ଆସିଛି ‘ ‘ରାୱଡି ରାଠୋର୍-୨’ | ‘ହେରାଫେରି-୩’ରେ ପ୍ରଥମେ ଅକ୍ଷୟ କାମ କରିବା ପାଇଁ ମନା କରିଦେଇଥିଲେ | କିନ୍ତୁ ଅଭିନେତା ସୁନୀଲ ସେଟ୍ଟୀଙ୍କ ହସ୍ତକ୍ଷେପ ଫଳରେ ଅକ୍ଷୟ ଏଥିରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ | ‘ରାୱଡି ରାଠୋର୍-୨’ରେ ନାୟିକା ଭାବେ ଦେଖାଯିବେ କିଆରା ଆଡ଼ଭାନୀ | ତେଣୁ ଅକ୍ଷୟଙ୍କ ବଦଳରେ ସିଦ୍ଧାର୍ଥଙ୍କୁ ନେବା ପାଇଁ ଚର୍ଚ୍ଚା ହେଉଥିଲା | କିନ୍ତୁ ଫିଲ୍ମି ନିର୍ମାତା ବିଧିବଦ୍ଧ ଭାବେ ଅନେଇ କୌଣସି ସୂଚନା ଦେଇନାହାନ୍ତି |

author

Related Articles

Leave a Reply

Your email address will not be published. Required fields are marked *