ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଚାଲିଛି ୨ହଜାର ଟଙ୍କିଆ ବଦଳିର ସ୍କାମ

ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଚାଲିଛି ୨ହଜାର ଟଙ୍କିଆ ବଦଳିର ସ୍କାମ

ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଚାଲିଛି ୨ହଜାର ଟଙ୍କିଆ ବଦଳିର ସ୍କାମ । ଦିନ ମଜୁରିଆ ମାନେ ପ୍ରତିଦିନ ଅଅସି କରୁଛନ୍ତି ପୁଳାପୁଳା ୨ହଜାର ଟଙ୍କାର ବଦଳି । ତେବେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଯାହା ଫଳରେ ଏହି ବଦଳିକୁ ଏବେ ଗୁରୁତର ଦେଇଛି ରିଜର୍ଭ ବ୍ୟାଙ୍କ । ଆରବିଆଇ ବିଭିନ୍ନ ଦିଗରୁ ଏହି ବଦଳି ଉପଡରେ ଜାଂଚ କରୁଛି । ଆରବିଆଇରୁ ୪ ଦିନର ସିସିଟିଭି ଫୁଟେଜ ଓ ତଥ୍ୟ ନେଇଥିବା ବେଳେ ଆରବିଆଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଟଙ୍କା ବଦଳ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି, ସେନେଇ ତନାଘନା ଚାଲିଛି । ଇଓଡବ୍ଲୁ ଟିମ୍ ବ୍ୟାଙ୍କର ୪ ଦିନର ଦେଣ ନେଣ ତଥ୍ୟ ହାତେଇଛି ।ବ୍ୟାଙ୍କର ସିସିଟିଭି ଫୁଟେଜ ସହ ଆକାଉଣ୍ଟରେ ଜମା ଓ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ମାଗିଛି । ଯେଉଁ ଲୋକମାନେ ବାରମ୍ବାର ଟଙ୍କା ଜମା ଓ ବଦଳ କରୁଥିବେ, ସେମାନଙ୍କ ତାଲିକା କରାଯିବ । ଯଦି ଜମା ବା ବଦଳ ଅର୍ଥ ସନ୍ଦେହଜନକ ଥିବ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜେରା କରାଯିବ । ଆଉ ଇଓଡବ୍ଲୁର ଏଭଳି ତନାଘନା ପରେ ଏବେ ବିଭିନ୍ନ ମହଲରେ ଛାନିଆ ପଶିଛି । ଏହାରି ଭିତରେ ବାରମ୍ବାର ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ବଢିଛି ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କିଆ ନୋଟ୍ ଜମା । ପୂର୍ବରୁ ମାତ୍ର ୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିବା ବେଳେ ଏବେ ଏହା ୨୫-୩୦ ପ୍ରତିଶତକୁ ବଢିଛି ।

author

Related Articles

Leave a Reply

Your email address will not be published. Required fields are marked *