ରିଭେନଜ ମୁଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ରିଭେନଜ ମୁଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନିର୍ବାଚନ ପୂର୍ବରୁ ଯେଉଁଭଳି ଭାବରେ ରାଜ୍ୟପାଳ ରଘୁବର ଦାସ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ବିଜେଡିର ଦୋଷ ଦୁର୍ବଳତାକୁ ସାଧାରଣ ଜନତାଙ୍କ ଆଗରେ ଆଣି ରଖିଥିଲେ ସେ ସବୁର ପ୍ରତିଶୋଧ ଏବେ ବିଜେଜି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟି ଗୋଟି କରି ନେଉଥିବା କୁହାଯାଉଛି । କାହିଁକି ନା ରାଜ୍ୟପାଳ ଭାବରେ ତାଙ୍କର ନିର୍ବାଚନରେ ସେତେଟା ଭୂମିକା ନଥାଏ । କିନ୍ତୁ ଯେହେତୁ ସେ ବିଜେପି ଦଳର ତେଣୁ ରାଜ୍ୟରେ ବିଜେପି ଜିତିବାରେ ତାଙ୍କର ମଧ୍ୟ ଭୂମିକା ବେଶ୍ ଗୁୁରୁତ୍ୱପୂର୍ଣ୍ଣ ରହିଥିଲା । ସାମ୍ବାଧାନିକ ପଦରେ ରହିବା ପରେ ବି ନିଜ ଅଧିକାର ଏବଂ ଦାୟିତ୍ୱକୁ ଭୁଲି ସେ ନିର୍ବାଚନ ସମୟରେ ରାଜନୀତିରେ ଫୁଲ ସକ୍ରିୟ ରହିଥିଲେ । ଏବଂ ସମସ୍ତ ଜିଲ୍ଲାକୁ ଗସ୍ତ କରି ସେଠାକାର ପରସ୍ଥିତି , ସରକାରୀ ସୁବିଧା ସୁଯୋଗ ଉପରେ ତଦାରଖ କରିଥିଲେ । ଲୋକଙ୍କ ଅଭିଯୋଗ ଶୁଣିବା ସହ ଏବଂ ବିଜେଡିକୁ ହରେଇବାର ପ୍ରୟାସ କରିଥିବା ଆଲୋଚନା ଚାଲିଥିଲା । ଏବଂ ଶେଷରେ ରାଜ୍ୟପାଳଙ୍କ ଏହି ପଦକ୍ଷେପ ବିଜେପିକୁ ରାଜ୍ୟରେ ଜିତାଇବା ପାଇଁ ଭିତ୍ତିଭୂମି ରେଡୀ କରିଥିଲା । ଆଉ ଏବେ ଏହାକୁ ନେଇ ବିଜେଡି ରାଜ୍ୟପାଳଙ୍କ ଠାରୁ ରିଭେନଜ ନେବା ମୁଡରେ ରହିଛି । ଖାସ କରି ରାଜ୍ୟପାଳଙ୍କ ପୁଅ ଝାଡଖଣ୍ଡରୁ ଆସି ଓଡିଆ ଅଫିସରଙ୍କ ପୁଅକୁ ମାଡ ମାରିବା ଏବଂ ରାଜ୍ୟ ସରକାରଙ୍କ ସହ ଖୋଦ ରାଜ୍ୟପାଳ ଏସମ୍ପର୍କରେ ମୁହଁ ନଖୋଲିବାକୁ ନେଇ ବିରୋଧୀ ଦଳ ସହ୍ୟ କରୁନି । ନିର୍ବାଚନ ସମୟରେ ଓଡିଆ ଅସ୍ମିତା କଥା କହି ଲୋକଙ୍କ ଭୋଟ ହାତେଇବା ପରେ ଏବେ ତାକୁ ପାଦରେ ଆଡେଇବାକୁ ବିଜେଡି ମୁଦ୍ଦା କରିଛି । ବିଧାନସଭା ଭିତରେ ଏବଂ ବାହାରେ ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହି ପ୍ରସଙ୍ଗକୁ ରାମବାଣ ସଦୃଶ ବିଜେଡି ବ୍ୟବହାର କରୁଛି । ଆଉ ଏଥିରେ ରଘୁବର ଦାସଙ୍କୁ ମଧ୍ୟ ବିଜେଡି ସାମିଲ କରିଛିା ତେବେ ଦେଖାଯାଉ ନବୀନଙ୍କ ଏହି ଆକ୍ରୋଶର ଶିକାର ହୋଇଥିବା ରାଜ୍ୟପାଳ ରଘୁବର ଦାସଙ୍କ ରାଜନୈତିକ ଭବିଷ୍ୟତ କଣ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *