ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ର ଟିଜର

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ର ଟିଜର

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ର ଟିଜର । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ତାଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ ର ଟିଜର ରିଲିଜ ହୋଇଛି । ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ମୁହଁରେ ରଙ୍ଗ ମାରି ଶାଢୀ ପିନ୍ଧିବା ସହ ଆକ୍ସନ କରୁଥିବାର ଦେଖିବାକୁ ମିଳିଛି । ବର୍ଷେ ପୂର୍ବରୁ ପୁଷ୍ପା-୨ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ପାଇଥିଲେ ଦର୍ଶକ ।


କରୋନା ପରେ ପରେ ରିଲିଜ ହୋଇଥିବା ପୁଷ୍ପା ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଖାସକରି ଅଲ୍ଲୁ ଅର୍ଜୁନଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା । ସଭିଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା ପୁଷ୍ପା ଝୁକେଗା ନେହିଁ ଡାଇଲଗ । ଏବେ ପାଖାପାଖି ଅଢେଇ ବର୍ଷ ପରେ ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି । ରିଲିଜ ହେବାର ୧୭ ମିନିଟ ମଧ୍ୟରେ ଏହି ଟିଜରକୁ ୧୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ପୁଷ୍ପା-୨ ଫିଲ୍ମ ରିଲିଜ ହେବ ।

author

Related Articles

Leave a Reply

Your email address will not be published. Required fields are marked *