ରିଲିଜ ଅପେକ୍ଷାରେ ପୁଷ୍ପା-୨, ଘୋଷଣା ହେଲା ତାରିଖ

ରିଲିଜ ଅପେକ୍ଷାରେ ପୁଷ୍ପା-୨, ଘୋଷଣା ହେଲା ତାରିଖ


ଅପେକ୍ଷାର ଅନ୍ତ ଘଟିଛି । ସିନେମାଘରରେ ଧମାଲ କରିବ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ଦ ରୁଲ୍ । ତେବେ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ୨୦୨୪ ଅଗଷ୍ଟ ୧୫ ତାରିଖରେ ସିନେମା ଘରରେ ମୁକ୍ତିଲାଭ କରିବ ପୁଷ୍ପା-୨ । ସ୍ୱାଧିନତା ଦିବସରେ ଫିଲ୍ମଟି ମୁକ୍ତିଲାଭ କରିବ । ସେସିଆଲ ମିଡିଆରେ ହିରୋ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଫ୍ୟାନ୍ସ ମଧ୍ୟରେ ଉତ୍ସାହ ଭରି ରହିଛି । ଅଲ୍ଲୁ ଅର୍ଜୁନଙ୍କୁ ଫିଲ୍ମ ପୁଷ୍ପା ପାଇଁ ଜାତୀୟ ପୁରସ୍କାର ମିଳିଥିଲା । ପୁଷ୍ପା-୨ ଦ ରୁଲ୍ ସାରା ବିଶ୍ୱରେ ବିଭିନ୍ନ ଭାଷାରେ ରିଲିଜ ହେବ । ମାଷ୍ଟେରୋ ସୁକୁମାର ନିର୍ଦ୍ଦେଶିତ ଫିଲ୍ମ ପୁଷ୍ପା-୨ରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫାଦାହ ଫସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମଟିର ପ୍ରଥମ ଭାଗ ପରି ୨ୟ ଭାଗ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ମହଲରେ ଆଶା ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *