ରିଲିଜ ପୂର୍ବରୁ ଜୱାନର ଜଲୱା

ରିଲିଜ ପୂର୍ବରୁ ଜୱାନର ଜଲୱା


ରିଲିଜ ଅପେକ୍ଷାରେ ଶାହାରୁଖ ଖାଁନଙ୍କର ବହୁପ୍ରତିକ୍ଷିତ ଫିଲ୍ମ ଜୱାନ । ରିଲିଜ ହେବା ପୂର୍ବରୁ ୨୦ କୋଟିଟଙ୍କାର ଆଡଭାନ୍ସ ବୁକିଂ ହୋଇସାରିଲାଣି । ବାହୁବଲୀ-୨ର ପ୍ରଥମ ଦିନର ବ୍ୟବସାୟ ଯେତିକି ଥିଲା ଜୱାନର ବୁକିଂ ସେତିକି ହୋଇସାରିଲାଣି । ଆଗାମୀ ଗୁରୁବାର ଦିନ ଫିଲ୍ମଟି ରିଲିଜ ହେବ । କିଙ୍ଗ ଖାନ ଶାହାରୁଖଙ୍କର ଜବରଦସ୍ତ ରୋମାନ୍ସ, ଆକ୍ସନରେ ଭରପୁର ରହିଛି ଫିଲ୍ମ ଜୱାନ । ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାଁନ, ନୈନତାରା ରହିଥିବା ବେଳେ ।ନ୍ୟ ଭୂମିକାରେ ବିଜୟ ସେତୁପତି, ସାନ୍ୟା ମଲହୋତ୍ରା, ପ୍ରିୟମଣି, ସୁନିଲ ଗ୍ରୋବର ଆଦିଙ୍କ ଭୂମିକା ଦେଖିବାକୁ ମିଳିବ । ଫିଲ୍ମରେ ଦୀପିକା ଦେଖିବାକୁ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମରେ ଶାହାରୁଖ ଜଣେ ଜୱାନ ଚରିତ୍ରରେ ଥିବା ସୂଚନା ମିଳିଛି । ଫିଲ୍ମଟି ପରଦାରେ ଭଲ ବ୍ୟବସାୟ କରିବ ବୋଲି ନିର୍ଦ୍ଦେଶକ ମାନେ ଖୁବ ଆଶାୟୀ ଅଛନ୍ତି । ତେବେ ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି କୁହାଯାଉଛି । ଫିଲ୍ମର ଭଲ କାମନା ପାଇଁ ଆଜି ଶାହାରୁଖ ଖାନ ବୈଷ୍ଣଦେବୀ ମନ୍ଦିର ଦର୍ଶନ କରିଛନ୍ତି

author

Related Articles

Leave a Reply

Your email address will not be published. Required fields are marked *