ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର ଥ୍ରୀ

 ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର ଥ୍ରୀ

ଦୀପାବଳି ଅବସରରେ ରିଲିଜ ହୋଇଯାଇଛି ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନୀତ ସିନେମା ଟାଇଗର ଥ୍ରୀ । ଦିୱାଲି ଅବସରରେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ଏହି ଫିଲ୍ମ । ସିନେମା ଆଡଭାନ୍ସ ବୁକିଂରେ ଜବରଦସ୍ତ ରେକର୍ଡ କରୁଛି । ଏବେ ସୁଦ୍ଧା ଆଡଭାନ୍ପ ବୁକିଂରେ 15 କୋଟି ପାର କରିଛି ଏହି ସିନେମା । ସିନେ ସମୀକ୍ଷକଙ୍କ ଆକଳନ ଅନୁଯାୟୀ ଏହି ଫିଲ୍ମଟି ଗୋଟିଏ ସପ୍ତାହରେ 200 କୋଟି ଟପିପାରେ । ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିବ ଏହି ଫିଲ୍ମ । ମନିଷ ଶର୍ମା ସିନେମାର ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ୟାଇଆରଏଫ ସ୍ପାଏ ୟୁନିର୍ଭସ ଏହାର ପ୍ରଯୋଜନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *