ରେକର୍ଡ ବ୍ରେକ କଲା ଫିଲ୍ମ ‘ଜୱାନ’

ରେକର୍ଡ ବ୍ରେକ କଲା ଫିଲ୍ମ ‘ଜୱାନ’


ବକ୍ସ ଅଫିସରେ କମାଲ କରୁଛି ଶାହାରୁଖ ଖାନଙ୍କର ସୁପରହିଟ ଫିଲ୍ମ ‘ଜୱାନ’ । ଫିଲ୍ମ ଏପର୍ଯ୍ୟନ୍ତ ୮୦୦ କୋଟି ଟଙ୍କା ପାର କଲାଣି । ଫିଲ୍ମରେ କିଙ୍ଗ ଖାନ ଶାହାରୁଖଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଶାହାରୁଖଙ୍କ ସହ ଅଭିନେତ୍ରୀ ନୈନତାରା, ଦୀପିକାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଆକ୍ସନ, ଡ୍ରାମା, ଥ୍ରିଲର, ରୋମାନ୍ସରେ ଭରପୁର ଥିବା ‘ଜୱାନ’ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ୧୧ ଦିନରେ ୮୦୦ କୋଟି ଟଙ୍କା ରୋଜଗାର କରିଥିଲେ ସୁଦ୍ଧା ଫିଲ୍ମଟି ଗର୍ଦରକୁ ମାତ୍ ଦେଇପାରିଲା ନାହିଁ । ‘ଜୱାନ’ ଫିଲ୍ମ ନିର୍ଦ୍ଦେଶକ ଏଟଲି କୁମାର ପ୍ରକାଶ କରିଥିଲେ ଫିଲ୍ମର ନିର୍ମାଣରେ ୩୦-୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ୮୦୦ କୋଟି ଟଙ୍କା ବ୍ୟବସାୟ କରିଥିବାରୁ ନିର୍ଦ୍ଦେଶକ ଖୁସି ଥିବା କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *