ରେଳବାଇ ଅର୍ବାନ ବ୍ୟାଙ୍କ ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି। ଏହି ନିର୍ବାଚନ ଦୀର୍ଘ 13ବର୍ଷ ପରେ ସାରା ଭାରତର ଅନୁଷ୍ଠିତ ହୋଇଥିଲା।
ଏହି ନିର୍ବାଚନରେ ଆଲ୍ ଇଣ୍ଡିଆ ରେଳବାଇ ଫେଡେରେସନ ସଦସ୍ୟ ଗୋପାଳ ମିଶ୍ର ଓ ପିକେ ପାଟ୍ଟସାଣି ଙ୍କ ନେତୃତ୍ୱରେ ଲୋଡିଥିଲେ। ଏହି ପରିପ୍ରେକ୍ଷୀରେ ତିନୋଟି ଜୋନ କୁ ନେଇ ନିର୍ବାଚନ କରଯାଇଛି। ତିନୋଟି ଜୋନ ଗୁଡ଼ିକ ହେଉଚି ଇଷ୍ଟକଷ୍ଟ ରେଳବାଇ ଭୁବନେଶ୍ୱର, ସାଉଥ୍ ଇଷ୍ଟ ରେଳବାଇ ଖଡଗପୂର , ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳବାଇ ବିଲାସପୁର। ଇଷ୍ଟକଷ୍ଟ ଭୁବନେଶ୍ୱର ଜୋନର ଭିଶାଖପଟନା ଅଧିନରେ 11ଗୋଟି ପଦବୀ ପାଇଁ ନିର୍ବାଚନ କରାଯାଇଥିଲା। ସେଥି ମଧ୍ୟରୁ 9ଟି ପଦବୀ ଆଲ ଇଣ୍ଡିଆ ରେଳବାଇ ଫେଡେରେଶନ ସଦସ୍ୟ ମାନେ ବିଜୟ ହାସଲ କରିଛନ୍ତି। ରାୟଗଡା ରେଳବାଇ ପାଇଁ ଉଦ୍ଦିଷ୍ଟ ଥିବା 04 ଯାକ ପଦବୀ ଏ ଆଇ ଆର ଏଫ ବଜୀମାରିଛି। ଏହି ବିଜୟ ଲାଭ ପରେ ୟୁନିୟନର ସଦସ୍ୟ ଓ କର୍ମକର୍ତ୍ତା ମାନେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ବିଜେତା ସଂପାଦକ ବି. ଏମ. କେ. ରେଡ୍ଡୀ, ସହ ସଂପାଦକ ଅଶୋକ ପାଢ଼ୀ , ଗୋବିନ୍ଦ ରାମ୍ ରେଡ୍ଡୀ, ଏମ ପ୍ରକାଶ ରାଓ, ଡି. ବୈରାଗୀ, ଏନ. ସୂର୍ଯ୍ୟନାରାୟଣ , ଏ. ଈଶ୍ୱର ରାଓ, ଓ ଅନ୍ୟ ପ୍ରମୁଖ ସଦସ୍ୟ ଏଵଂ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ।