ରୋଚକ ସ୍ଥିତିରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ !

ରୋଚକ ସ୍ଥିତିରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ !

ହଁ ଦର୍ଶକବନ୍ଧୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ କ୍ରମାଗତ ୨ୟୀ ଥର ବିଜୟ ମୁକୁଟ ହାସଲ କରିଥିବା ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରା ୨୪ ନିର୍ବାଚନ ପାଇଁ ସମରସର୍ଯ୍ୟା ଆରମ୍ଭ କରିଦେଲେଣି । ଚଳିତ ବର୍ଷର ନିର୍ବାଚନ ଜିତି ହ୍ୟାଟ୍ରିକ ଆଶାରେ ଅଛନ୍ତି ସୁଶାନ୍ତ । ନିଜ ସଂଗଠନ ଓ ଦଳକୁ ମଜବୁତ କରିବା ସହ ନିର୍ବାଚନରେ ବିଜୟ ହେବା ପାଇଁ ଷ୍ଟ୍ରଟେଜି କରିଛନ୍ତି । ସୁଶାନ୍ତଙ୍କୁ ମାତ ଦେବା ପାଇଁ ବିଜେପି ମଧ୍ୟ ନିଜ ରଣନୀତି ଚଳାଇଛି । ଦଳର ପୂରୁଣା ନେତା ଅଗସ୍ଥି ବେହେରାଙ୍କୁ ଭରସା କରି ନିର୍ବାଚନ ମଇଦାନରେ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତି କରୁଛି । ବିଜେପି ବିଜୟୀ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଅନୁଗୁଳର ଏହି ଛେଣ୍ଡିପଦା ଆସନ ନିବ୭ାଚନ ଗଠନ ହେବା ପରଠୁ ବିଜେଡି ପତିଆରାରେ ଅଛି । ବିଜେଡିକୁ ମାତ ଦେବାକୁ ବିଜେପି ଓ କଂଗ୍ରେସ ନିଜ ନିଜର ଗୋଟି ଚାଳନା କରୁଥିବା ବେଳେ ଏପର୍ଯ୍ୟନ୍ତ ବିଜେଡିକୁ ମାତ ଦେଇପାରୁନାହାନ୍ତି । ୨୦୦୯, ୨୦୧୪ ଓ ୨୦୧୯ରୁ ହିଁ ଏହି ଆସନ ବିଜେଡି ଅକ୍ତିଆରେ ରେ ଅଛି । ୨ ଥର ବିଜୟୀ ହୋଇଥିବା ସୁଶାନ୍ତ ଚଳିତ ବର୍ଷ ହ୍ୟାଟ୍ରିକ ବିଜୟ କରିବାକୁ ପ୍ରୟାସ ରଖିଛନ୍ତି । ତେବେ ବାରମ୍ଭାର ବିଜୟ ହାସଲ କରୁଥିବା ବିଜେଡି ଦଳ ଏବେ କାହା ଉପରେ ଭରସା କରିବ । ସୁଶାନ୍ତ ମଧ୍ୟ ନିଜ ଦକ୍ଷତା ଦେଖାଇଥିବା ବେଳେ ୨୪ ନିର୍ବାଚନରେ ଟିକେଟ ପାଇଁ ଆଶାୟୀ ଅଛନ୍ତି । କିନ୍ତ ଏଇ ଭିତରେ ସୁଶାନ୍ତଙ୍କ ଦଳରେ ମଧ୍ୟ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଳୁଛି । ଯାହା ତାଙ୍କୁ ର୍ନିାଚନରେ ମାତ ଦେଇପାରେ । ଏହା ସହ ସୁଶାନ୍ତଙ୍କୁ ମାତ ଦେବା ପାଇଁ ବିଜେପିରୁ ଅଗସ୍ଥି ବେହେରା ମଧ୍ୟ ଟିକେଟ ପାଇଁ ଆଶାୟୀ ଅଛନ୍ତି । ତେବେ ଦେଖିବାକୁ ବାକି ରହିଲା କାହାର ହେବ ଛେଣ୍ଡିପଦା ଆସନ ? କିଏ କରିବ ୨୪ରେ ବାଜମାତ ? ସୁଶାନ୍ତ ନା ଅଗସ୍ଥି କାହାକୁ ନିଜର ନେତା ଭାବିବେ ଛେଣ୍ଡିପଦାବାସୀ

author

Related Articles

Leave a Reply

Your email address will not be published. Required fields are marked *