ରୋଷେଇ ଘରେ ମହଙ୍ଗା ମାଡ; ଖାଉଟିଙ୍କୁ କନ୍ଦାଉଛି ଆଳୁ, ଡାଲି ଦର

ରୋଷେଇ ଘରେ ମହଙ୍ଗା ମାଡ; ଖାଉଟିଙ୍କୁ କନ୍ଦାଉଛି ଆଳୁ, ଡାଲି ଦର

ରୋଷେଇ ଘରେ ମହଙ୍ଗା ମାଡ । ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରରେ କଲବଲ ହେଉଛନ୍ତି ଖାଉଟି । ୧୫ ଦିନରେ ଆଳୁ ଦର ଦେଢଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ହରଡ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ ୫ ଟଙ୍କା ବଢିଗଲାଣି । ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର ବାଧୁଛି । ଦିନକୁ ଦିନ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି । ୧୫ ଦିନରେ ଏହ ୧୦ ଟଙ୍କା ବଢିଛି । ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କା ବିକ୍ରି ହେଉଥିଲା । ସପ୍ତାହକ ତଳେ ହଠାତ୍ କିଲୋ ପିଛା ୨୫ ଟଙ୍କା ବଢିଗଲା, ଆଉ ଏବେ ଏହା ୩୦ ଟଙ୍କାରେ ପହଁଞ୍ଚିଛି ।


ଖୁଚୁରା ବେପାରୀ କହୁଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ନିଇତି ବଦଳୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଏପଟେ ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନି। ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼େ। କିଛି ଦିନ ହେଲା ପଶ୍ଚିମବଙ୍ଗଶୀତଳଭଣ୍ଡାରେ ନୂଆ ଆଳୁ ଲୋଡିଂ ଚାଲିଥିଲା। ୟୁପି ଆଳୁ ଏଯାଏଁ ଓଡ଼ିଶା ପହଞ୍ଚିନି। ତେଣୁ ବଜାରରେ ଆଳୁ ଅଭାବ ଦେଖାଦେଇଛି । ଖାଲି ଆଳୁ ନୁହେଁ, ଅନ୍ୟ ଖାଦ୍ୟ ସାମଗ୍ରୀ ଦର ବି ବଢ଼ିଗଲାଣି । ଗତ ୧୫ ଦିନ ଭିତରେ ଡାଲି କିଲୋ ପିଠା ୮ ଟଙ୍କା ଯାଏଁ ଓ ତେଲ ଲିଟର ୫ ଟଙ୍କା ମହଙ୍ଗା ହେଲାଣି । ସପ୍ତାହକ ତଳେ ୧୩୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ହରଡ଼ ଡାଲି ଏବେ କିଲୋପିଛା ୧୩୮ରୁ ୧୫୫ ଟଙ୍କାରେ ବିକ୍ରି ହେଉଛି । ବିରି ଡାଲି ଦାମ ୫ରୁ ୭ ଟଙ୍କା ବଢ଼ି ୧୨୦ରୁ ୧୩୨ ଟଙ୍କା ଯାଏଁ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *