ଲକ୍ଷ୍ମୀ ବସରେ ବସିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା

ଲକ୍ଷ୍ମୀ ବସରେ ବସିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା

ଲକ୍ଷ୍ମୀ ବସରେ ବସିବାକୁ ନେଇ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ । ବସିବା ପାଇଁ ଠେଲାପେଲା ହେଲେ ଲୋକେ । ବସରେ ଚଢ଼ିବାକୁ ରୀତିମତ ପ୍ରତିଯୋଗିତା ଚାଲିଛି । କିଏ ଝରକା ବାଟେ ବସ୍ ମଧ୍ୟରେ ପଶିଯାଉଛି ଯେ, ଆଉ କିଏ ସିଟ ପାଇବାକୁ ଭିଡ଼କୁ ଠେଲି ଆଗକ ଯିବାକୁ ଚେଷ୍ଟା କରୁଛି । ଆଜ୍ଞା ହଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆସିଛି ଏଭଳି ଦୃଶ୍ୟ । ସକାଳୁ ସକାଳୁ ଚିତ୍ରକୋଣ୍ଡା ବସ୍ ଷ୍ଟାଣ୍ଡରେ ଯାତ୍ରିମାନେ ଠେଲାପେଲା ହୋଇ ବସରେ ଚଢୁ ଥିବାର ଚିତ୍ର ଦେଖିବାକୁ ମିଳିଛି । ମଙ୍ଗଳବାର ଚିତ୍ରକୋଣ୍ଡା ଠାରୁ ପଣସପୁଟକୁ ଯାଉଥିବା ଲକ୍ଷ୍ମୀ ବସ୍ କୌଣସି କାରଣରୁ ବସ ଷ୍ଟାଣ୍ଡକୁ ବିଳମ୍ବରେ ପହଂଚିଥଲା । ବସ ଠିକ ସମୟରେ ପହଞ୍ଚି ନଥିବାରୁ ଏଭଳି ଚିତ୍ର ଦେଖିବାକୁ ମିଳଥିଲା ।

author

Related Articles

Leave a Reply

Your email address will not be published. Required fields are marked *