ଲକ୍ଷ୍ମୀ ବସ୍ ହେବ ମୁଖ୍ୟମନ୍ତ୍ରୀ ବସ୍ !

ଲକ୍ଷ୍ମୀ ବସ୍ ହେବ ମୁଖ୍ୟମନ୍ତ୍ରୀ ବସ୍ !

ରାଜ୍ୟରେ ଆଉ ଗଡିବନି କି ଲକ୍ଷ୍ମୀ ବସ ? ବିଜେଡି ହାରିବା ପରେ ଲକ୍ଷ୍ମୀ ବସ ସେବାରୁ ବଞ୍ଚିତ ହେବେ କି ଗ୍ରାମବାସୀ ? ଏଭଳି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ରାଜ୍ୟରେ ନୂଆ ସରକାର ଆସୁ ଆସୁ ଅନେକ କିଛି ପରିବର୍ତ୍ତନ ହୋଇଛି । ପୁରୁଣା ସରକାର ଯେଉଁ ସବୁ ଯୋଜନା କରିଥିଲେ ସେ ସବୁ କୁଆଡେ ନୂଆ ସରକାର ବନ୍ଦ କରିଦେବେ ବୋଲି ଲୋକମାନେ ଆଶଙ୍କା କରୁଛନ୍ତି । ଖାଲି ଆଶଙ୍କା ନୁହେଁ ପୂର୍ବ ସରକାରର କିଛି ଯୋଜନାକୁ ନୂଆ ସରକାର ବନ୍ଦ ମଧ୍ୟ କରିସାରିଲେଣି । ତେଣୁ ଆଉ ଯେଉଁ ସବୁ ଯୋଜନା ଚାଲିଛି ସେ ସବୁ ମଧ୍ୟ ବନ୍ଦ ହୋଇଯିବ ବୋଲି ସେମାନଙ୍କର ଧାରଣା । ତେବେ ନବୀନ ସରକାରଙ୍କ ଅନେକ ଯୋଜନା ମଧ୍ୟରୁ ଗୋଟିଏ ହେଉଛି ଲକ୍ଷ୍ମୀ ବସ ଯୋଜନା । ଏହି ଯୋଜନା ମାଧ୍ୟମରେ ଗାଁ ଲୋକମାନଙ୍କୁ ମାତ୍ର ୫ ଟଙ୍କାରେ ଉନ୍ନତମାନର ଯାତାୟାତ ସୁବିଧା ମିଳୁଥିଲା । ଏବେ କିନ୍ତୁ ତାକୁ ବନ୍ଦ କରାଯିବା ନେଇ ଆଲୋଚନା ଚାଲିଛି । ଅନ୍ୟପଟେ ରାଜନୈତିକ ମହଲରେ ଚର୍ଚ୍ଚା ଅନୁଯାୟୀ ବିଜେଡିର ଲକ୍ଷ୍ମୀ ବସ ନାଁ ରେ ପରିବର୍ତ୍ତନ କରାଯାଇ ଏହା ମୁଖ୍ୟମନ୍ତ୍ରୀ ବସ ସେବା ନାଁରେ ପରିଚାଳିତ ହେବ ବୋଲି ଆଲୋଚନା ଚାଲିଛି । ଏହା ସହ ଏହି ବସ ସେବା ମାଧ୍ୟମରେ ଗାଁ ଲୋକମାନେ ସହରକୁ ମଧ୍ୟ ଯିବା ଆସିବା କରିପାରିବେ । ପୂର୍ବରୁ ଏହି ବସ କେବଳ ବ୍ଲକ ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ସହରକୁ ମଧ୍ୟ ଗଡିବ ବୋଲି ସୂଚନା ମିଳୁଛି । ହେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କହିବା ଅନୁଯାୟୀ ଲକ୍ଷ୍ମୀ ବସ ବନ୍ଦ ହେବା ନହେବା ସେନେଇ ନିଷ୍ପତ୍ତି ଚାଲିଛି । ଲୋକମାନଙ୍କୁ ବସ ସେବା ମିଳିବ କିନ୍ତୁ ଲକ୍ଷ୍ମୀ ବସ ନାଁରେ ମିଳିବ କି ଅନ୍ୟ କୌଣସି ନାଁରେ ମିଳିବ ସେନେଇ ଏବେ ବି ନିଷ୍ପତ୍ତି ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *