ଲଗାତାର 49ଘଣ୍ଟାର ନାଟକ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ

ଲଗାତାର 49ଘଣ୍ଟାର ନାଟକ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ

ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରି ରେକର୍ଡ କରିଛି ଝାରସୁଗୁଡା ସହର ।  ଝାରସୁଗୁଡା ବେଲପାହାଡର ମିରର ଥିଏଟର ଏହି ରେକର୍ଡ କରିଛି । ଗୁମାଡେରା ମାଳିପଡ଼ାସ୍ଥିତ ମିରର ଥିଏଟର ମଞ୍ଚରେ ବିନା ବ୍ରେକରେ ଲଗାତାର ୪୮ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସମ୍ବଲପୁରୀ ନାଟକ କାଏଜୁରୀ ପ୍ରଦର୍ଶନ କରାଯାଇଛି । ଯାହା ଇଣ୍ଟରନ୍ୟାସନାଲ ଏକ୍ସସେଲେନ୍ସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହା କେବଳ ଝାରସୁଗୁଡା ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛି ।ଡିସେମ୍ବର ୧ ତାରିଖରୁ କାଏଜୁରୀ ପ୍ରଦର୍ଶନ ଆରମ୍ଭ କରିଥିଲା ମିରର ଥିଏଟର । ଏହି ନାଟକଡିସେମ୍ବର ୩ ତାରିଖ ସନ୍ଧ୍ୟା ୯ ଟା ୩୩ରେ ସମାପ୍ତ ହୋଇଥିଲା । ଲଗାତାର ଭାବରେ ୪୯ ଘଣ୍ଟା ୪୮ ମିନିଟ ୧୨ ସେକେଣ୍ଡର ନାଟକ ପ୍ରଦର୍ଶନ କରାଯାଇଥବଲା । ସବୁଠୁ ଲମ୍ବା ଅବଧିର ନାଟକ ପ୍ରଦର୍ଶନ ପାଇଁ ଆଇଇଏ ବୁକ ଅଫ ୱାର୍ଲଡ ରେକର୍ଡ ସଂସ୍ଥା ପକ୍ଷରୁ ମିରର ଥିଏଟରକୁ ମାନପତ୍ର, ମେଡାଲ ଦେଇ ସମ୍ମାନିତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *