ଲସି ଦୋକାନରେ ଭିଡ; ‘ଫାଷ୍ଟଫୁଡ’ ଖାଁ ଖାଁ

ଲସି ଦୋକାନରେ ଭିଡ; ‘ଫାଷ୍ଟଫୁଡ’ ଖାଁ ଖାଁ

ଭୁବନେଶ୍ୱର:

ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଖୁ ରସ ଠାରୁ ଆରମ୍ଭ କରି ପଇଡ ପାଣି, ବେଲ ପଣା, ଲସି ଆଦି ପାନୀୟର ଚାହିଦା ବୃଦ୍ଧି ପାଇଛି | ଏଥିପାଇଁ ସହରର ଛକ ଜାଗାଗୁଡିକରେ ଖୋଲାଯାଇଥିବା ଥଣ୍ଡା ପାନୀୟ ଦୋକାନରେ ଭିଡ଼ ପରିଲିକ୍ଷିତ ହେଉଛି | ଅପରପକ୍ଷେ ପୂର୍ବାପେକ୍ଷା ଫାଷ୍ଟଫୁଡ ପ୍ରତି ଲୋକଙ୍କ ଆଗ୍ରହ କମିଥିବା ପରିଲିକ୍ଷିତ ହେଉଛି |
ଗୁଳୁଗୁଳିରେ ପ୍ରଭାବିତ ଫାଷ୍ଟଫୁଡ
ସାଧାରଣତଃ ସନ୍ଧ୍ୟା ହେଲେ ଆଜିର ଯୁବଗୋଷ୍ଠି ଗୁପ୍ଚୁପ, ୩, ମୋମୋସ, ଚିକେନ ଲଲିପପ, ରୋଲ, ଚାଓମିନ, ବିରିୟାନୀ, ବାର, ଆଳୁଛପ ଭଳି ଚଟପଟା ଖାଦ୍ୟ ଖାଇବାକୁ ଗହଳି ଜମାଇଥାନ୍ତି | ଆମିଷ ବାର ହେଉ ଅବା ନିରାମିଷ ଫାଷ୍ଟଫୁଡ ଖାଇବାକୁ ଧାଡି ଲାଗିଯାନ୍ତି |ଗୁଳୁଗୁଳିରେ ପ୍ରଭାବିତ ହୋଇଛି ଏହିସବୁ ଫାଷ୍ଟଫୁଡ ବ୍ୟବସାୟ | ଏବେ ୬ଟା ପର୍ଯ୍ୟନ୍ତ ଗରମ ପବନ ଅନୁଭୂତ ହେଉଥିବାରୁ ତେଲଛଣା ଖାଦ୍ୟ କିମ୍ବା ଫାଷ୍ଟଫୁଡ ବ୍ୟବସାୟୀମାନଙ୍କ ପାଖରେ ଗ୍ରାହକଙ୍କ ଦେଖାମିଳୁନି | ଫଳରେ ବ୍ୟବସାୟୀମାନେ ନିରାଶ ହେଉଥିବା ଦେଖିବାକୁ ମିଳିଛି |

ତେଣୁ ଏହି ସମୟରେ କେତେକ ବ୍ୟବସାୟୀ ନିଜର ବୃତ୍ତି ବଦଳାଇଥିବା ମଧ୍ୟ ଦେଖିବାକୁ ମିଳିଛି | ଯେଉଁ ଋତୁରେ ଯେଉଁ ଖାଦ୍ୟ ଅଧିକ ଚାହିଦା ରହିଥାଏ, ତାହାକୁ ବିକ୍ରି କରି ରୋଜଗାରକ୍ଷମ ହେବ ଏବେ ଏକ ଧାରା ପାଲଟିଛି | ବିଶେଷ କରି ଖରାଦିନରେ ବିଭିନ୍ନ ଥଣ୍ଡା ପାନୀୟ ବ୍ୟବସାୟୀ କରିବାକୁ ଅଧିକାଂଶ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି ଯୁବ ବ୍ୟବସାୟୀ ଶତାୟୁ ବିଶ୍ୱାଳ | ତାଙ୍କର ଏକ ଟ୍ରାଭେଲ ଏଜେନ୍ସି ସଂସ୍ଥା ଥିଲା | ଗତବର୍ଷ ଖରାଦିନରେ ସାମୟିକ ଭାବେ ଲସି ବ୍ୟବସାୟ କରି ଭଲ ଲାଭ ପାଇଥିବାରୁ ଏଥର ସମ୍ପୂର୍ଣ ବେଉସା ବଦଳାଇ ଲସି ଓ ବେଲ ପଣା ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି |
ଖରା ସଙ୍ଗେ ବଢୁଛି ଦର
ଖରା ବାହାନାରେ କେତେକ ବ୍ୟବସାୟୀ ମନଇଛା ବିଭିନ୍ନ ଗ୍ରୀଷ୍ମକାଳୀନ ଖାଦ୍ୟ ଓ ପାନୀୟ ଡର ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି | ପୂର୍ବରୁ ଆଖୁରସ ଏକ ଗ୍ଲାସ ୧୦ରୁ୨୫ ଟଙ୍କା ରହିଥିବାବେଳେ ଏବେ ତାହା ୨୦ଟଙ୍କାରେ ପହଞ୍ଚିଛି | ସେହିପରି ତରଭୁଜ କିଲୋ ପିଛା ୧୫ରୁ ୨୦ଟଙ୍କାରେ କିଣୁଛନ୍ତି ଗ୍ରାହକ | ଯାହା ପୂର୍ବରୁ ମାତ୍ର ୧୦ ଟଙ୍କାରେ ମିଳୁଥିଲା | ସେହିପରି ବେଲପଣା ଜଳସକୁ ମଧ୍ୟ ଅନେକ ସ୍ଥାନରେ ୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି | ତେବେ ଖରାରୁ ରକ୍ଷା ପାଇବାକୁ ସମସ୍ତେ ଥଣ୍ଡା ପାନୀୟକୁ ଗୁରୁତ୍ୱ ଦେଉଥିବା ବେଳେ ବ୍ୟବସାୟୀମାନେ ମନଇଛା ବାର ବୃଦ୍ଧି କରୁଥିବାରୁ ଅନେକ ଗ୍ରାହକ ମୁହଁ ଫେରାଇ ନେଉଥିବା କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *