ଲାଞ୍ଚ ନେଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ଥାନା ଅଧିକାରୀ !

ଲାଞ୍ଚ ନେଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ଥାନା ଅଧିକାରୀ !

ଲାଞ୍ଚ ନେଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ପୋଲିସ । ପୋଲିସଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଢେଇପଙ୍କ ଗ୍ରାମର ଗ୍ରାମବାସୀ । ଗତ ଆଠ ତାରିଖରେ ଚଢେଇପଙ୍କ ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଥିଲା । କିଛି ଅସାମାଜିକ ଯୁବକ ମାନେ ଗାଁ ର ଗିରିଧାରୀ ପାଣ୍ଡେଙ୍କୁ ଅପହରଣ କରିନେଇ ଶାରୀରିକ ଓ ମାନସିକ ନିର‌୍ୟ୍ୟାତନା ଦେଇଥିଲେ । ଏପରିକି ଗିରିଧାରୀଙ୍କୁ ସେମାନେ ଅପହରଣ କରିନେବା ପରେ ନିସ୍ତୁକ ମାଡ ମାରି ଗିରିଧାରୀଙ୍କ ଆଖି ଫୋଡି ଦେବା ସହିତ କାନରେ ଗଭୀର କ୍ଷତ କରିଥିବା ନେଇ ଗିରିଧାରୀଙ୍କ ପରିବାର ଲୋକମାନେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଉଲୁଣ୍ଡା ପୋଲିସ ଅଭିଯୋଗ ପାଇବା ପରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଧରିଆଣି ପଚରା ଉଚୁରା କରି ଛାଡି ଦେଇଥିଲେ । ଯାହାକୁ ନେଇ ଗିରିଧାରୀଙ୍କ ପରିବାର ଲୋକେ ଓ ଗ୍ରାମ ବାସୀ ଅଭିଯୋଗ କରିଥିଲେ । ଏବଂ ଉଲୁଣ୍ଡା ଥାନା ଅଧିକାରୀ ପଞ୍ଚାନନ ନାଏକ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେଇ ତାଙ୍କୁ ଛାଡି ଦେଇଥିବା ଅଭିଯୋଗ ଆଣି ଥାନା ଘେରାଉ କରିଥିଲେ । ତେବେ ଗ୍ରାମବାସୀଙ୍କ ଏପରି ରୂପ ଦେଖି ଉଲୁଣ୍ଡା ପୋଲିସ ପୁଣି ଅଭିଯୁକ୍ତଙ୍କୁ ଧରିଆଣି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି । ତେବେ ଏହି ଘଟଣାରେ ପୋଲିସର ଏପରି ମନୋଭାବକୁ ନେଇ ପୋଲିସଙ୍କ ଉପରକୁ ଆଙ୍ଗୁଠି ଉଠିବା ସହ ଏଭଳି ଥାନା ଅଧିକାରୀଙ୍କୁ ବିତାଡିତ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *