ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ 4 ବର୍ଷ ଜେଲ

ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ 4 ବର୍ଷ ଜେଲ

ଫୁଲବାଣୀ

-ନିଜ ଅଫିସ କର୍ମଚାରୀ ଠାରୁ ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ 4 ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି !କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଉଦ୍ୟାନ ବିଭାଗର କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀ 2018 ମସିହାରେ ସେହି କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀ ସୁନୀଲ କୁମାର ବେହେରାଙ୍କ ଠାରୁ 7 ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଅଭିଯୁକ୍ତ କନିଷ୍ଠ କିରାଣୀଙ୍କୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି 4 ବର୍ଷ ସଶ୍ରମ କାରାଦଣ୍ଡ ସହିତ 10 ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅର୍ଥ ଅନାଦେୟ ଅଧିକ 6 ମାସ କାରାଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି |

କ୍ଷେତ୍ର କର୍ମଚାରୀଙ୍କ ବାଲିଗୁଡ଼ା ସ୍ଥିତ ଏକ ବ୍ୟାଙ୍କରେ ଥିବା ଦରମା ଜମା ଖାତାକୁ ସେଠାରୁ ଫୁଲବାଣୀର ସ୍ଥିତ ଏକ ବ୍ୟାଙ୍କକୁ ଟ୍ରାନ୍ସଫର ପାଇଁ ଅଭିଯୁକ୍ତ କନିଷ୍ଠ କିରାଣୀ ଜଣକ 7 ହଜାର ଟଙ୍କା ଲାଞ୍ଚ ନେଉଥିଲେ !ସେହି ସମୟରେ ତାଙ୍କୁ ଲାଞ୍ଚ ଟଙ୍କା ସହିତ ବ୍ରହ୍ମପୁର ଭିଜିଲାନ୍ସ ଟିମ ଗିରଫ କରିବା ସହିତ ଏକ ମାମଲା ରୁଜୁ କରିଥିଲେ !ସେହି ମାମଲାରେ ମୋଟ 12 ଜଣଙ୍କ ସାକ୍ଷପ୍ରମାଣ କୁ ଭିତ୍ତି କରି ମାନ୍ୟବର କୋର୍ଟ ଏହି ରାୟ ଦେଇଥିବା ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଭି. ଭି ରାମଦାସ କହିଛନ୍ତି !

author

Related Articles

Leave a Reply

Your email address will not be published. Required fields are marked *