ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିଲା ଭାରତ ରତ୍ନ ସମ୍ନାନ

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିଲା ଭାରତ ରତ୍ନ ସମ୍ନାନ

ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ବିଭୁଷିତ କରାଯାଇଛି । ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ରାଷ୍ଟ୍ରପତି ତାଙ୍କ ବାସ ଭବନକୁ ଯାଇ ଏହି ସମ୍ମାନ ତାଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ । ସ୍ୱାସ୍ଥାବସ୍ଥା ଠିକ ନଥିବାରୁ ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଉପସ୍ଥିତ ହୋଇପାରିନଥିଲେ ଆଡଭାଣୀ । ଏଠାରେ ୪ ଜଣ ବ୍ୟକ୍ତିତ୍ୱ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନ ଏବଂ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *