ଲୁଚକାଳି ଖେଳୁଛି ମୌସୁମୀ

ଲୁଚକାଳି ଖେଳୁଛି ମୌସୁମୀ

ରାଜ୍ୟବାସୀଙ୍କ ସହ ଲୁଚକାଳି ଖେଳୁଛି ମୌସୁମୀ । ଓଡିଶା ଛୁଇଁ ବି ଧରା ଦେଉନି ମୌସୁମୀ । ସପ୍ତାହେରୁ ଅଧିକ ଦିନ ହେଲାଣି ମୌସୁମୀ ବାୟୁ ଓଡିଶା ଛୁଇଁ ସାରିଛି । ଏହା ମାଲକାନଗିରି ଅଞ୍ଚଳରେ ପ୍ରବେଶ କରିବା ସହିତ ଓଡିଶା ଛୁଇଁଥିଲା । ଯାହା ପରେ ଲୋକେ ଭାବିଥିଲେ ଯେ, ଏବେ ତାଙ୍କୁ ଗରମ ଏବଂ ଗୁଳୁଗୁଳିରୁ ଟିକେ ତ୍ରାହି ମିଳିବ । ଏବଂ ରଜ ପର୍ବ ଟିକେ ଭଲସେ ସେଲିବ୍ରେସନ କରିବେ । କିନ୍ତୁ ରଜ ସରିଗଲା ପଛେ ମୌସୁମୀର ଏଯାଏଁ ଦେଖାନାହିଁ । ସତେ ଯେପରି ସେ ରାଜ୍ୟବାସୀଙ୍କ ସହ ଲୁଚକାଳି ଖେଳୁଛି । ମୌସୁମୀ ନ ଆସିବା ଫଳରେ ଏବେ ବି ରାଜ୍ୟରେ ଜାରି ରହିଛି ପ୍ରବଳ ଗରମ ଓ ଗୁଳୁଗୁଳି । ତାତି ବଢିବା କାରଣରୁ ସାଧାରଣ ଜନତାଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ସକାଳ ୮ଟା ରୁ ବି ଘରୁ ବାହାରି ହେଉନି । ସେପଟେ ଏହି ଭଳି ସ୍ଥିତି ଆଉ ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୧୮ ତାରିଖ ଯାଏଁ ପାଗରେ କୌଣସି ବଡ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୪-୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ଓ ୧୯ ତାରିଖ ଆଡକୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏହା ସହ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *