ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର

ଗଞ୍ଜାମ ଜିଲ୍ଲାରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର l କିଛିଦିନ ମଧ୍ୟରେ ଜିଲ୍ଲାର ଏକାଧିକ ମନ୍ଦିରରେ ଲୁଟେରା ଦାନ ହୁଣ୍ଡୀ ସହ ବିଭିନ୍ନ ଅଳଙ୍କାର ଲୁଟ କରିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ଆସିକା ଥାନା ଅଞ୍ଚଳରେ ସମ୍ନାକୁ ଆସିଛି ସମାନ ଘଟଣା l ଥାନା ଅଧିନ ଆଲିପୁର ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ଶୀଧେଶ୍ୱର ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ କରିଛନ୍ତି ଦୁର୍ବୁତ୍ତ l ମନ୍ଦିରର ମୁଖ୍ୟଦ୍ୱାରା ଫାଟକ ତାଲା ଭାଙ୍ଗି ଲୁଟେରା ମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ l ଏବଂ ଦାନ ହୁଣ୍ଡୀକୁ ସେଠାରୁ ନେଇ ନିକଟ ପାର୍କରେ ହୁଣ୍ଡୀ ତାଲା ଭାଙ୍ଗି ଟଙ୍କା ଲୁଟ କରିଥିଲେ l ଆଜି ସକାଳୁ ପୂଜକ ମନ୍ଦିରରେ ପହଞ୍ଚି ଦ୍ୱାରା ତାଲା ଭଙ୍ଗା ଓ ଦାନ ଗାୟବ ଦେଖି ମନ୍ଦିର କମିଟିକୁ ଖବର ଦେଇଥିଲେ l ମନ୍ଦିର କମିଟି ସଭାପତି ଚୋରି ସମ୍ବନ୍ଧରେ ଆସିକା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି l ତେବେ ଦାନ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି l କିଛି ମାସ ମଧ୍ୟରେ ଆସିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଏହି ଭଳି ଚୋରି ହୋଇଥିଲେ ମଧ୍ୟ ପୋଲିସକୁ କୌଣସି ସଫଳତା ମିଳିପାରିନାହିଁ l ପୋଲିସ ଏହାରି ଉପରେ କେବେ ରୋକ ଲଗାଇପାରୁଛି ତାହା ଦେଖିବାକୁ ବାକିରହିଲା l

author

Related Articles

Leave a Reply

Your email address will not be published. Required fields are marked *