ଲୁଟେରା ଲୁଟିନେଲେ କୋଟିଏ ଟଙ୍କାର ଗହଣା ବ୍ୟାଗ୍

ଲୁଟେରା ଲୁଟିନେଲେ କୋଟିଏ ଟଙ୍କାର ଗହଣା ବ୍ୟାଗ୍

ଗଜପତି ଜିଲ୍ଲା ମୋହନା ବଜାରରେ ରହିଥିବା ‘ଶ୍ରୀ ହରି ଜୁଏଲର୍ସ’ ଦୋକାନ ସମ୍ମୁଖରୁ ଦୁର୍ବୃତ୍ତ ବାଇକରେ ଆସି ଲୁଟି ନେଲେ କୋଟିଏ ଟଙ୍କାର ସୁନା, ରୂପା ଭର୍ତ୍ତି ଗହଣା ବ୍ୟାଗ୍ ସହ ୧ଲକ୍ଷ ଟଙ୍କା।
ସୂଚନା ,ବୁଧବାର ରାତି ପ୍ରାୟ ୯ଟା ସମୟରେ ମୋହନା ମୁଖ୍ୟ ରାସ୍ତା ପାର୍ଶ୍ଵରେ ରହିଥିବା ‘ଶ୍ରୀ ହରି ଜୁଏଲର୍ସର ମାଲିକ ବି.ମୋହନ ରାଓ ଦୋକାନରୁ ସୁନା ,ରୂପା ଓ ପ୍ରାୟ ୧ଲକ୍ଷ ଟଙ୍କା ଭର୍ତ୍ତି କରି ସବୁଦିନ ଭଳି ଘରକୁ ଯିବାକୁ ବାହାରିଥିଲେ।ଗହଣା ବ୍ୟାଗ୍ ଟିକୁ ଦୋକାନ ପିଣ୍ଡାର କାଠ ବେଞ୍ଚ ଉପରେ ରଖି ନିଜ ସ୍କୁଟିକୁ ରାସ୍ତା ଉପରକୁ ନେବା ସମୟରେ | ଆଗରୁ ଛକି ରହିଥିବା ୨ଜଣ ଲୁଟେରା ବାଇକ୍ ରେ ଆସି ଗହଣା ଭର୍ତ୍ତି ବ୍ୟାଗ୍ ଟିକୁ ନେଇ କେଉଁଆଡ଼େ ଚ଼ମ୍ପଟ ମାରିଥିଲେ।

ବଜାର ଜନଗହଳିପୂର୍ଣ୍ଣ ଥିବା ସମୟରେ ଲୋକଙ୍କ ଆଖିରେ ଧୂଳି ଦେଇ ଲୁଟେରା ୨ଜଣ ଚମ୍ପଟ ମାରିବା ସ୍ଥାନୀୟ ଜନସାଧାରଣଙ୍କୁ ବିସ୍ମିତ କରିଛି। ଏହି ଘଟଣାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡ଼ିକର ସିସିଟିଭି ଯାଞ୍ଚ କରିବା ସହିତ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।

author

Related Articles

Leave a Reply

Your email address will not be published. Required fields are marked *