ଲେଖାଶ୍ରୀଙ୍କ ରାସ୍ତାରେ ରବିନ୍ଦ୍ର କଣ୍ଟା !

ଲେଖାଶ୍ରୀଙ୍କ ରାସ୍ତାରେ ରବିନ୍ଦ୍ର କଣ୍ଟା !

ରୋଚକ ମୋଡରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର । ବାଲେଶ୍ୱରର ଗଣିତ ବିଗାଡିବା ପାଇଁ ପ୍ରସ୍ତୁତ ହେଲେଣି ଖୋଦ ବିଜେଡି ନେତା ତଥା ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ଏହି ସଂସଦୀୟ କ୍ଷେତ୍ରରୁ ବିଜେଡି ରବୀନ୍ଦ୍ରଙ୍କ ସ୍ଥାନରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦଳ ଲୋକସଭା ଟିକେଟ ଦେଇଛି । ଚର୍ଚ୍ଚା ହେଉଥିଲା କି ବିଜେଡି ରବୀନ୍ଦ୍ରଙ୍କୁ ଏହି ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିପାରେ । କିନ୍ତୁ ତାଙ୍କ ସ୍ତ୍ରୀ ସୁବାସିନୀ ଜେନାଙ୍କୁ ବସ୍ତା ବିଧାନସଭା ଆସନରୁ ଟିକେଟ ଦେଇଛି । ସେହି ଅନୁଯାୟୀ ଗୋଟିଏ ପରିବାରରୁ ଜଣକୁ ମାତ୍ର ଟିକେଟ ମିଳିପାରିବ ବୋଲି ଚୁପ ରହିଥିଲେ ରବୀନ୍ଦ୍ର । କିନ୍ତୁ ବିଜୁ ଜନତା ଦଳ ପ୍ରଥମେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ୱଲପୁର ଲୋକସଭା ଓ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇ ବିଧାନସଭାରୁ ପ୍ରାର୍ଥୀ କରାଇବା ପରେ ବିଜେଡି ଉପରେ ଖପ୍ପା ଅଛନ୍ତି ରବିନ୍ଦ୍ର । ଯେଉଁଠାରେ ଗୋଟିଏ ପରିବାରରେ ଦୁଇଜଣଙ୍କୁ ଟିକେଟ ଦିଆଯିବନି କହି ତାଙ୍କ ଟିକେଟକୁ କାଟି ଦିଆଗଲା । ସେଠାରେ କିପରି ବବିଙ୍କ ପରିବାରର ଦୁଇଜଣଙ୍କୁ ଟିକେଟ ମିଳିଲା । ବିଜେଡିକୁ ସପୋର୍ଟ କରୁଥିବା ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜୁ ଜନତା ଦଳ ବିରୁଦ୍ଧରେ ଛିଡା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଲେଖାଶ୍ରୀଙ୍କୁ ସପୋର୍ଟ କରିବା ବଦଳରେ ତାଙ୍କ ଲେଖା ବିଗାଡି ପାରନ୍ତି ରବୀନ୍ଦ୍ର ଜେନା । ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ନିଜର ସଫଳତା ଲେଖିବା ପାଇଁ ଚେଷ୍ଟିତ ଥିବା ବିଜେଡି ନେତ୍ରୀ ଲେଖାଶ୍ରୀ ଏବେ ପ୍ରଚାର ମଇଦାନରେ । ଡୋର ଡୁ ଡୋର ପ୍ରଚାର କରି ନିଜର ଜନ ସମ୍ପର୍କ ବୃଦ୍ଧି କରାଉଛନ୍ତି । ତେବେ ଲେଖାସ୍ରୀଙ୍କ ରାସ୍ତାରେ କଣ୍ଟା ସାଜିପାରୁଛନ୍ତି କି ନାହିଁ ବିଜେଡି ନେତା ରବିନ୍ଦ୍ର ଜେନା ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *