ଲେଖାଶ୍ରୀଙ୍କ ଲେଖା ଛିଡେଇବେ ନନା !

ଲେଖାଶ୍ରୀଙ୍କ ଲେଖା ଛିଡେଇବେ ନନା !

ଦର୍ଶକବନ୍ଧୁ ରାଜ୍ୟ ରାଜନୀତିର ଗୋଟିଏ ଚର୍ଚ୍ଚିତ ସଂସଦୀୟ କ୍ଷେତ୍ର ହେଉଛି ବାଲେଶ୍ୱର । ବିଜେପିର ହେଭିୱେଟ ନେତା ପ୍ରତାପ ନନାଙ୍କ ଗଡ ହେଉଛି ବାଲେଶ୍ୱର । ପୁଣିଥରେ ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ ଭରସା କରି ଏହି ଆସନରୁ ପ୍ରାର୍ଥୀ କରାଇଛି । କିନ୍ତୁ ଏହି ସଂସଦୀୟ କ୍ଷେତ୍ରକୁ ନେଇ ବିଜେଡି ଖେଳିଛି ମାଷ୍ଟର ପ୍ଲାନ । ହଁ ଆଜ୍ଞା ବିଜେପି ଛାଡି ବିଜେଡି ଶିବିରରେ ପାଦ ରଖିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ବାଲେଶ୍ୱର ଲୋକସଭାରୁ ପ୍ରାର୍ଥୀ କରାଇଛି । ବିଜେପିର ଭେଟରାନ ନେତା ପ୍ରତାପ ଷଡଙ୍ଗୀ । ବାଲେଶ୍ୱରରେ ରହିଛି ପ୍ରତାପଙ୍କ ଦବଦବା । ଯାହାକୁ ଭେଦ କରିବେ ପୂର୍ବତନ ବିଜେପି ନେତ୍ରୀ ତଥା ବିଜେଡିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର । ପ୍ରାର୍ଥୀ ନାମ ଘୋଷଣା ହେବା ପରେ ଜୋର ଧରିଲାଣି ଲେଖାଶ୍ରୀଙ୍କ ପ୍ରଚାର । ନନାଙ୍କୁ ରୋକିବା ପାଇଁ କରୁଛନ୍ତି ଗେମ ପ୍ଲାନ । କିନ୍ତୁ ଚର୍ଚ୍ଚା ହେଉଛି କି ତାଙ୍କ ଆସନ ଅଟଳ । ଏଠାରେ ନନାଙ୍କୁ ଲୋକ ବିରୋଧ କରିବା ତ ଦୂରର କଥା । ହେଲେ ଲେଖାଶ୍ରୀଙ୍କ ପାଇଁ ଏହି ଆସନ ସମ୍ପୂର୍ଣ୍ଣ ନୂଆ । ନନାଙ୍କ ଗଡ ଭେଦ କରିବା ହୁଏତ ସହଜ ନ ହୋଇପାରେ । ଯେଉଁଥିପାଇଁ ଚର୍ଚ୍ଚା ହେଉଛି କି ବିଜେଡି ସିନା ନୂଆ ମୁହଁ ଦେଲା କିନ୍ତୁ ସମ୍ପୂର୍ଣ୍ଣ ଭାବେ ବିଜେପିର ଚକ୍ରବ୍ୟୁହରେ ଫସିଯାଇଛି । ତେବେ ଦେଖିବାକୁ ଅପେକ୍ଷା ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ କାହାର ଲେଖା ଛିଡିବ ।

author

Related Articles

Leave a Reply

Your email address will not be published. Required fields are marked *