ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଜେଲ କାହାଣୀ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଜେଲ କାହାଣୀ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ଜେଲର ଚାରିକାନ୍ଥ ଭିତରେ । କେମିତି କଟୁଛି ସେଠାରେ ତାଙ୍କର ଦିନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ହଁ ଆଜ୍ଞା ଆମେ କହୁଛୁ ମାୟାବୀନି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଥା । ଝାରପଡା ଜେଲରୁ ଆସିଛି ଏକ ବିସ୍ପୋରକ ତଥ୍ୟ,ଜେଲକୁ ନିଜ ଘର ଭଳିଆ ବ୍ୟବହାର କରୁଛନ୍ତି ଅର୍ଚ୍ଚନା, ସେଠାରେ ତାଙ୍କୁ ମିଳୁଛି ରାଜକୀୟ ସେବା । 50 ହଳ ଡ୍ରେସ ସାଙ୍ଗକୁ 10 ହଳ ଜୋତା ରଖାଯାଇଛି ତା ସାଙ୍ଗକୁ ବ୍ରାଣ୍ଡେଡ ମେକଅପ ସାମଗ୍ରୀ । ଅର୍ଚ୍ଚନାଙ୍କ ପାଇଁ ଜେଲ ପାଲଟିଯାଇଛି 5ଷ୍ଟାର ହୋଟେଲ । ଜେଲର ନିୟମ ଅନୁଯାୟୀ ସପ୍ତାହକୁ ଥରେ ମାତ୍ର ଦେଖା କରିବାର ନିୟମ ରହିଥିବାବେଳେ ଅର୍ଚ୍ଚନାଙ୍କୁ ଦିନକୁ 5 ଜଣ ଦେଖା କରୁଛନ୍ତି । ନିକଟରେ ଜେଲରୁ ଜାମିନରେ ଆସିଥିବା ଜଣେ ମହିଳା କଏଦୀ ଏହି ଗୁମର ଖୋଲିଛନ୍ତି । ପ୍ରତିଦିନ କେହି ନା କେହି ଅଜଣା ବ୍ୟକ୍ତି ତାଙ୍କୁ ଭେଟିବା ପାଇଁ ଆସୁଛନ୍ତି,କିଏ ଆସୁଛନ୍ତି ସେ ଖବର କାହା ପାଖରେ ନାହିଁ ଆଉ ଯେଉଁମାନେ ଆସୁଛନ୍ତି ଜେଲର ବରିଷ୍ଠ ଅଧିକାରୀଙ୍କ ସହ ଘଣ୍ଟା ଘଣ୍ଟା ଧରି ସାକ୍ଷାତ କରୁଛନ୍ତି ।
ଜେଲ ଭିତରେ ଥିବା ୱେଲଫେୟାର ରୁମରେ ସ୍ୱାମୀ ଜଗବନ୍ଧୁଙ୍କ ସହ ଏକାଠି କଥାବାର୍ତ୍ତା ହେଉଛନ୍ତି। ଖାଲି ସେତିକି ନୁହେଁ ବିରିୟାନୀ,କୋଲ୍ଡ କଫି ତାଙ୍କ ପାଇଁ ବାହାରୁ ମଗାଯାଉଛି । ଗିରଫ ପର ଠାରୁ ଏମିତି କୌଣସି ପୂଜା ପର୍ବ ନାହିଁ ଯାହା ଅର୍ଚ୍ଚନା ଜେଲରେ ପାଳୁନାହାନ୍ତି । ନିକଟରେ ଜଣେ ନୂଆ କର୍ମଚାରୀ ଏହାକୁ ବିରୋଧ କରିଥିଲେ ହେଲେ ଅର୍ଚ୍ଚନା ତାଙ୍କୁ ବଦଳି ହେବାର ଧମକ ଦେଇଥିଲେ । ଅର୍ଚ୍ଚନାଙ୍କ ପାଇଁ ଜେଲର କୌଣସି ନିୟମ ଲାଗୁ ହେଉନଥିବା ହେତୁ ଏହାକୁ ନେଇ କଏଦୀମାନେ ଏହାର ତଦନ୍ତ ପାଇଁ ଡିଜିପିଙ୍କୁ ଚିଠି ଲେଖିଥିଲେ ହେଲେ ଏନେଇ କୌଣସି ଆକ୍ସସନ ନେଇନଥିଲେ ଡିଜିପି ।
ସବୁଠାରୁ ବଡ କଥା ହେଲା ଜେଲର ସବୁ କଏଦୀଙ୍କ ପାଇଁ ଗୋଟିଏ ନିୟମ ଆଉ ଅର୍ଚ୍ଚନାଙ୍କ ପାଇଁ ଅଲଗା କଣ ପାଇଁ ?ଅର୍ଚ୍ଚନାଙ୍କୁ ଏତେ ସୁବିଧା ସହଯୋଗ ମିଳୁଛି କାହିଁକି ? ଏନେଇ କୌଣସି ଜେଲ କର୍ତ୍ତୁପକ୍ଷ ମୁହଁ ଖୋଲୁନାହାନ୍ତି କାହିଁକି ?ତେବେ ଦେଖିବାକୁ ବାକି ରହିଲା କେବେ ବ୍ଲାକମେଲର ଅର୍ଚ୍ଚନା ନାଗର ସଂପୂର୍ଣ୍ଣ ସତ୍ୟ ପଦାକୁ ଆସିବ ?

author

Related Articles

Leave a Reply

Your email address will not be published. Required fields are marked *