ଲୋକଙ୍କୁ ଡରାଇଲାଣି ପଞ୍ଜିକା…ଲେଖିଛି ପଞ୍ଜିକା ନଭେମ୍ୱରରେ ଭାସିଯିବ ଓଡିଶା !

ଲୋକଙ୍କୁ ଡରାଇଲାଣି ପଞ୍ଜିକା…ଲେଖିଛି ପଞ୍ଜିକା ନଭେମ୍ୱରରେ ଭାସିଯିବ ଓଡିଶା !

ନଭେମ୍ୱରରେ ଆସୁଛି ଆଉ ଏକ ବାତ୍ୟା । କଣ ରହିବ ବାତ୍ୟାର ପ୍ରଭାବ କେଉଁଠି ହେବ ମାଡ ତାହା ଏବେ ପର୍ଯ୍ୟନ୍ତ ସଷ୍ଟ ହୋଇନଥିଲେ ମଧ୍ୟ ଏମିତି ଏକ ଚର୍ଚ୍ଚା ହେବାରେ ଲାଗିଛି । ହଁ ଆଜ୍ଞା ଓଡିଶାର ପିଛା ଛାଡୁନି ବାତ୍ୟା । ଅକ୍ଟୋବର ନଭେମ୍ୱର ମାସ ଆସିଲେ ଲୋକଙ୍କୁ ଭୟ ଘାରୁଛି । କାହିଁକିନା ଏହି ମାସରେ ଓଡିଶାରେ ତାଣ୍ଡବ ଲୀଳା କରୁଛି ବାତ୍ୟା । ଗୋଟିଏ ପରେ ଗୋଟିଏ ବିପଦ ଓଡିଶା ମୁହାଁ ହେବାରେ ଲାଗିଛି । ଅକ୍ଟୋବର 24 ତାରିଖରେ ଓଡିଶାରେ ତାଣ୍ଡବ ରଚି ତିନି ଜିଲ୍ଲାକୁ ବୁଡାଇ ଦେଇଛି ବାତ୍ୟା ଦାନା । ବାତ୍ୟା ଦାନାର ପ୍ରଭାବରେ ଏବେବି ଲୋକ ହନ୍ତସନ୍ତ ହେଉଥିବା ବେଳେ ପୁଣି ନଭେମ୍ୱରରେ ଦେଖାଦେଇଛି ଆଉ ଏକ ବାତ୍ୟା ଆଶଙ୍କା । ନଭେମ୍ୱର ପାଞ୍ଚରୁ ପନ୍ଦର ମଧ୍ୟରେ ଅନୁଭୂତ ହେବ ବାତ୍ୟା । ତେବେ ପାଞ୍ଜିକାର ଲେଖା ଅନୁଯାୟୀ ଦାନାଠାରୁ ଅଧିକ ଭୟଙ୍କର ହୋଇପାରେ ବାତ୍ୟା । ଏବଂ ଏହା ଓଡିଶା ପ୍ରତି ବିପଦ ସୃଷ୍ଟି କରିପାରେ । ପାଞ୍ଜିରେ ଲେଖାଥିବା କଥା ଗୁଡିକ ଗୋଟି ଗୋଟି କରି ସତ ହେବାରେ ଲାଗିଛି । ତେବେ କେବଳ ବାତ୍ୟା ନୁହେଁ ବରଂ ଭୂକମ୍ପ ହେବା ନେଇ ମଧ୍ୟ ପଞ୍ଜିକାରେ ଲେଖାଥିବା କୁହାଯାଉଛି । ବାତ୍ୟା ଦାନାର ପ୍ରକୋପରୁ ଏବେ ପର୍ଯ୍ୟନ୍ତ ଲୋକମାନେ ବର୍ତ୍ତି ନଥିବା ବେଳେ ଆଉ ଏକ ବାତ୍ୟା ଖବର ଏବେ ଓଡିଶା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଯଦିଓ ବାତ୍ୟା ଦାନା ସମ୍ପୂର୍ଣ୍ଣ ଓଡିଶା ଉପରେ ସେତେଟା ପ୍ରଭାବ ପକାଇ ନାହିଁ କିନ୍ତୁ ତିନୋଟି ଜିଲ୍ଲାକୁ ବେଶ ପ୍ରଭାବିତ କରିଛନ୍ତି ଏବଂ ଚାଷୀକୂଳ ହନ୍ତସନ୍ତ ହେବାରେ ଲାଗିଛନ୍ତି । ନଭେମ୍ୱରରେ ବାତ୍ୟା ଆସିବା ନେଇ ଆଇଏମଡି ତରଫରୁ ସେପରି କିଛି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡିରତ୍ନ ପଞ୍ଜିକାରେ ଏପରି କିଛି ଲେଖା ରହିଛି । ରାଜ୍ୟର ଉପକୂଳ ଜିଲ୍ଲା ଗୁଡିକରେ ଏହି ବାତ୍ୟା କରାଳ ରୂପ ଧାରଣ କରିବ ବୋଲି ଲେଖା ହୋଇଛି । ଯାହାଦ୍ୱାରା ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ,ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଅଧିକ ପ୍ରଭାବିତ ହେବାର ପଞ୍ଜିକାରେ ଉଲ୍ଲେଖ ରହିଛି । ପଞ୍ଜିକାର ପୂର୍ବାନୁମାନକୁ ନେଇ ସାଧାରଣରେ ଜୋର ଚର୍ଚ୍ଚା ହେଉଥିବା ବେଳେ   ପୁଣି ଓଡିଶାକୁ ଆସୁଥିବା ବାତ୍ୟାର ସଙ୍କେତ କେତେ ସତ ହେଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *