ଲୋକସଭା ପରେ ନବୀନଙ୍କ ହାତରୁ ଖସୁଛି ରାଜ୍ୟସଭା

ଲୋକସଭା ପରେ ନବୀନଙ୍କ ହାତରୁ ଖସୁଛି ରାଜ୍ୟସଭା

ଲୋକସଭାର ସମସ୍ତ ଆସନ ହାତରୁ ଖସିବା ପରେ ନବୀନଙ୍କ ହାତରୁ ଖସୁଛି ରାଜ୍ୟସଭା ଆସନ । ରାଜ୍ୟସଭା ନିର୍ବାଚନ ହାରିବା ପରେ ବିଜେଡିକୁ ଘାରିଛି ଘର ସଜାଡିବା ଚିନ୍ତା । ବୈଠକ ପରେ ବୈଠକ ବସାଇ ଦଳକୁ ମଜଭୁତ କରୁଥିଲେ ସୁଦ୍ଧା କେଉଁଠି ରହିଲା କେଁ କାହିଁକି ଦଳ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ରାଜ୍ୟସଭା ସାଂସଦ ସେ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ହଁ ଆଜ୍ଞା ବିଜେପିର ରାଜ୍ୟସଭା ସାଂସଦଙ୍କ ଉପରେ ବିଜେପିର ଫୋକସ । ମମତା ମହନ୍ତଙ୍କ ପଦାଙ୍କ ଅନୁସରଣ କଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ଅଗ୍ରୱାଲ । ହଠାତ କାହାକୁ କିଛି ନ କହି ରାଜ୍ୟସଭା ସାଂସଦ ପଦବୀରୁ ଓ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ ଏବଂ ମାତ୍ର ଗୋଟିଏ ଦିନ ବ୍ୟବଧାନରେ ବିଜେପିରେ ସାମିଲ ହୋଇଥିଲେ । ଠିକ ସେହି ପନ୍ଥାକୁ ଆପଣାଇଲେ ସୁଜିତ କୁମାର । ହଠାତ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଅନ୍ୟପଟେ ସଙ୍ଗେ ସଙ୍ଗେ ବିଜେଡିରୁ ବହିଷ୍କୃତ କରାଗଲା ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ପଦ୍ମ ଧରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମମତା ମହନ୍ତ ଦଳ ଛାଡିବା ପରେ ଦଳରେ ଅଣଦେଖା ହେବା କାରଣ ଦର୍ଶାଇଥିଲେ ଆଉ ଠିକ ସେହି କାରଣ ଦର୍ଶାଇଛନ୍ତି ସୁଜିତ କୁମାର । ଯଦି ଦେଖିବା ମମତା ଦଳ ଛାଡିବା ପରେ ସୁଜିତଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା କି ତାଙ୍କ ପଛେ ପଛେ ସୁଜିତ ମଧ୍ୟ ଦଳ ଛାଡିବେ ଯାହା ଏବେ ସତ ହୋଇଛି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ସୁଜିତ କୁମାର । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଥିବା ସୁଜିତଙ୍କୁ ଏବେ ଦଳରେ କେଉଁ ପୁରସ୍କାର ଦେବ ଭାରତୀୟ ଜନତା ପାର୍ଟି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *