ଲୋକ ଗୋଟାଇବାକୁ ବିଳକ ହେଲାଣି ବିଜେପି . ମୋହନଙ୍କ ଫଟୋ ଲଗାଇ ଝିଅଙ୍କୁ କହୁଛନ୍ତି ଏମିତି କର . ରାସ୍ତାରେ ଠିଆ ହୋଇଛି ଗାଡ଼ି .ଗାଡ଼ିରେ ଅଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋ ଚିତ୍ର ରହିଛି . କିନ୍ତୁ ଏଠାରେ କିଛି ଲୋକ ରୁଣ୍ଡ ହୋଇଛନ୍ତି ଆଉ ପାଟିତୁଣ୍ଡ ବି ହେଉଛି . କରଣ ଟି ହେଉଛି ସୁଭଦ୍ରା ଯୋଜନା ନାଁରେ ମିଛ କଥା କହି ଝିଅ ପିଲାମାନଙ୍କ ଠାରୁ ଓଟିପି ନିଆଯାଇ .ବିଜେପିର ସଦସ୍ୟତା ଗ୍ରହଣ କରାଯାଉଛି . ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ . ଦେଖିଲେତ ଏହି ଦୃଶ୍ୟକୁ ଏହା କେଉଁଠାର ତ ଆମକୁ ଜଣାନାହିଁ କିନ୍ତୁ ଏଠାରେ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଖାତାକୁ ଆସିବ କହି ଝିଅପିଲାମାନଙ୍କ ଠାରୁ ଓଟିପି ନିଆଯାଇ .ବିଜେପିର ସଦସ୍ୟତା ଗ୍ରହଣ କରାଯାଉଥିଲା . ଯାହାର ଭିଡିଓ ବର୍ତମାନ ଭାଇରାଲ ହେବାରେ ଲାଗିଛି .
ତେବେ ନିର୍ବାଚନ ଜିତିବା ପରେ ବିଜେପି ଦଳକୁ ମଜବୁତ କରିବା ପାଇଁ ତାର ସଦସ୍ୟତା ଅଭିଯାନ ଆରମ୍ଭ କରିଛି . ସଦସ୍ୟତା ସଂଗ୍ରହ ପାଇଁ ଦଳର ନିଜର ଯୋଜନା ସ୍ଥିର କରିସାରିଛନ୍ତି . ଅଧିକ ସଦସ୍ୟ ସଂଗ୍ରହ ପାଇଁ କଲେଜ ଓ ସାର୍ବଜନୀନ ସ୍ଥାନରେ ସଦସ୍ୟ ସଂଗ୍ରହ କରାଯିବ . ନିର୍ବାଚନ ପରେ ଏବେ ସଂଗଠନ ମଜବୁତ କରିବା ପାଇଁ ଦଳର ଫୋକସରେ ପଂଚାୟତ ଓ ପୌର ନିର୍ବାଚନ . ବୁଥ ସ୍ତରରେ ସଦସ୍ୟଙ୍କୁ ଏକାଠି କରିବାକୁ ଜୋରଦାର ପ୍ରୟାସ ଜାରି ରହିଛି . ସେହିପରି ସଦସ୍ୟତା ସଂଗ୍ରହ ଅଭିଯାନ ରେ ୨୫ଲକ୍ଷ ଲୋକଙ୍କୁ ଯୋଡ଼ି ସାରିଲାଣି ବିଜେପି .
ପ୍ରଥମ ପର୍ଯ୍ୟାୟ ସଦସ୍ୟତା ସଂଗ୍ରହ ଅଭିଯାନ ସରିଥିବା ବେଳେ ଆଗକୁ ଆଉ ଦୁଇ ପର୍ଯ୍ୟାୟ ରହିଛି .ବିଧାୟକ ,ସାଂସଦଙ୍କ ସହିତ ସବୁ ମୋର୍ଚ୍ଚା ଗୁଡିକୁ ସଦସ୍ୟ ସଂଗ୍ରହ ପାଇଁ ଦିଆଯାଇଛି ଟାର୍ଗେଟ .ଯୁବମୋର୍ଚ୍ଚ ପକ୍ଷର ୁବିଶ୍ୱବିଦ୍ୟାଳୟ କଲେଜରେ ସଦସ୍ୟତା ଅଭିଯାନ କରିବାକୁ ଯୋଜନା କରାଯାଇଛି . ସେହିପରି ଆଗକୁ ପାର୍ବଣ ରୁତୁ ଆସିବାକୁ ଥିବା ବେଳେ ଦୁର୍ଗାପୂଜାରେ ମଧ୍ୟ ବିଭିନ୍ନ ପୂଜା ପ୍ୟାଣ୍ଡେଲ ସମ୍ମୁଖରେ ସଦସ୍ୟତା ସଂଗ୍ରହ କ୍ୟାମ୍ବ ଲଗାଇବାକୁ ଯୋଜନା ରହିଛି