ଶଙ୍ଖଭବନରେ ନୂଆ ନକ୍ସା

ଶଙ୍ଖଭବନରେ ନୂଆ ନକ୍ସା

ଏକାଠି ହେଲେ ବିଜେଡିର ଛାମୁଆ ସଙ୍ଗଠନ ଶଙ୍ଖଭବନରେ ଲାଗିଲା ନେତାଙ୍କ ଲମ୍ୱା ଲାଇନ । ଆସନ୍ତା 22 ତାରିଖରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁମ୍ୱାଇ ଗସ୍ତରେ ଯିବେ ଏହା ପୂର୍ବରୁ ଶଙ୍ଖଭବନରେ ଲାଗିଛି ନେତାଙ୍କ ଗହଳି । ନବୀନ ପଟ୍ଟନାୟକ ନିଜର ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ଏଣୁ ଆଜି ଶଙ୍ଖଭବନରେ ଅନୁଷ୍ଠିତ ହୋଇଯାଇଛି ବଡ ବୈଠକ । ତେବେ ହଠାତ୍ ଶଙ୍ଖଭବନରେ ନେତାଙ୍କ ଲାଇନ ଲାଗିବାରୁ ସ୍ପଷ୍ଟ ଜଣାପଡୁଛି ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବା । ତତସହିତ ବିଜୁ ଜନତା ଦଳ ଆରମ୍ଭ କରିଛି ନିଜର ଜନଜାଗରଣ ଯାତ୍ରା । ଏହି ଯାତ୍ରାରେ ବିଜେଡିର କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବିଜେଡି କିପରି ସମସ୍ତ ଜିଲ୍ଲା ଓ ପଞ୍ଚାୟତରେ ସୃଦୃଢ ହେବ ସେ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିଜେଡିର ଛାମୁଆ ସଙ୍ଗଠନ ।

ଖାଲି ସେତିକି ନୁହେଁ ବରଂ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ନିଜର ଏକବର୍ଷର ଉପଲବ୍ଧିକୁ ସାଧାରଣ ଜନତାଙ୍କ ଆଗରେ ରଖୁଛି । ବିଧାୟକଙ୍କ ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏମିତି ଖୋଦ ସାଂସଦ ମାନେ ମଧ୍ୟ ନିଜର ଏକ ବର୍ଷିଆ ରିପୋର୍ଟ କାର୍ଡ ପ୍ରଦାନ କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଜେପିର ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଓଡିଶା ଆସୁଛନ୍ତି । ଯାହାର ବାଟ ଓଗାଳିବା ପାଇଁ ଶଙ୍ଖଭବନରେ ଆରମ୍ଭ ହୋଇଯାଇଛି ବିଶେଷ ରଣନୀତି ।

ମୁମ୍ୱାଇ ଯିବା ପୂର୍ବରୁ ସବୁ ନେତାଙ୍କୁ ଏକାଠି ଡକାଇ ଗୁରୁମନ୍ତ୍ର ଦେଇଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଏପଟେ ବିଜେପି ପାର୍ଟି ଅଫିସରେ ମୋଦି ଆସିବା ଖୁସିରେ ବାଉଁଶ ବନ୍ଧା ଚାଲିଛି ତ ସେପଟେ ଶଙ୍ଖଭବନରେ ମୋଦିଙ୍କ ବାଟ ଓଗାଳିବା ପାଇଁ ପ୍ରସ୍ତୁତ ହେଉଛି ନକ୍ସା । ତେବେ ଦେଖିବାକୁ ବାକି ରହିଲା ଆସନ୍ତାକାଲି ଜନତା ମଇଦାନରେ କି ବିସ୍ପୋରଣ କରୁଛନ୍ତି ନବୀନ ।

author

Related Articles

Leave a Reply

Your email address will not be published. Required fields are marked *