ଶଙ୍ଖଭବନରେ ହେଲା ବଡ ବିସ୍ପୋରଣ
ନେତାଙ୍କ ପରେ ପଡିଲା ଖୋଦ ଶଙ୍ଖପତିଙ୍କ ପାଳି
କାହିଁକି ହାରିଲା ବିଜେଡି ନବୀନ କହିଲେ ସତ
ହଁ ଦର୍ଶକବନ୍ଧୁ ଗତକାଲି ଶଙ୍ଖଭବନରେ ଅନୁଷ୍ଠିତ ହୋଇଯାଇଛି ସଭ୍ୟ ସଂଗ୍ରହ ଅଭିଯାନ । ଏକାଠି ହୋଇ ଓଡିଶାର ହକ୍ ପାଇଁ ଲଢେଇ କରିବାକୁ ଏକଜୁଟ ହେଉଛି ବିଜୁ ଜନତା ଦଳ । କିନ୍ତୁ କେଉଁଠି ନା କେଉଁଠି ଦଳୀୟ ନେତାଙ୍କ ଅସନ୍ତୋଷ ଏବେବି ଲାଗି ରହିଛି । ଦଳକୁ ଯେତେ ମଜଭୁତ କରିବା ପାଇଁ ଶଙ୍ଖପତି ଅଣ୍ଟା ଭିଡୁଛନ୍ତି ଦଳ ଭିତରୁ ଭିତରୁ ସେତିକି କନ୍ଦଳ ବଢିବାରେ ଲାଗିଛି । ପୂର୍ବରୁ ଖୋଦ ଦଳର ପୁରୁଖା ନେତାମାନେ ବିଜେଡି ପରାଜୟ ପାଇଁ ନବୀନଙ୍କୁ ଦାୟୀ କରୁଥିଲେ । ନିର୍ବାଚନକୁ ତିନିମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନବୀନ ନିବାସଠାରୁ ଯେ ଶଙ୍ଖଭବନ ପର୍ଯ୍ୟନ୍ତ ଭିତରେ ଭିତରେ ଚାଲିଛି ପରାଜୟର ସମୀକ୍ଷା । ଏକଦା ଦଳର ପାୱାରଫୁଲ ନେତା ତଥା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ରଣବ ପ୍ରକାଶଙ୍କୁ ନେଇ ସବୁଠି ଚର୍ଚ୍ଚା । ହାରିବା ପରେ ତାଙ୍କଠାରୁ ଗୋଟିଏ ପରେ ଗୋଟିଏ କ୍ଷମତା ଛଡାଇନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କୌଣସି କମିଟିରେ ନାହିଁ ବବିଙ୍କ ନାଁ କିନ୍ତୁ ସମସ୍ତ ସଭାରେ ନଜର ଆସୁଛନ୍ତି ପ୍ରଣବ ପ୍ରକାଶ ଦାସ । ନିଜ କ୍ଷମତାର ଅପବ୍ୟବହାର କରୁଥିବା ପ୍ରଣବ ଏବେ କ୍ଷମତାହୀନ । ଗତ ବୁଧବାର ଠାରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଥିବା ବେଳେ ଭିତରେ ଭିତରେ ନବୀନ ପରାଜୟର କାରଣ ଖୋଜିବାରେ ଲାଗିଚନ୍ତି ଏବଂ ନୂଆ କରି କ୍ଷମତାକୁ ଆସିଥିବା ମୋହନ ସରକାରକୁ ହଟାଇବା ପାଇଁ ନୂଆ ନୂଆ ଷ୍ଟ୍ରାଟେଜି କରୁଛନ୍ତି । ଗୋଟିଏ ପଟେ ବିଜେପିର ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ବିଜେଡି ମଧ୍ୟ ତାହାର ସଦସ୍ୟତା ଅଭିଯାନ ଆରମ୍ଭ କରିସାରିଛି । ତେବେ ଦେଖିବାକୁ ଅପେକ୍ଷା ପରାଜୟର ସମୀକ୍ଷା,ନିଜ ଦଳୀୟ ସଙ୍ଘଠନକୁ ମଜଭୁତ କରିବା ଏବଂ ମୋହନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ନବୀନଙ୍କ ଏହି ନୂଆ ରଣନୀତି କେତେ କାମ ଦେଉଛି ।