ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ

ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ

ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ଭେଟେରାନ ନେତା ସମୀର ରଞ୍ଜନ ଦାଶ । କିଛି ଘଣ୍ଟା ପୂର୍ବରୁ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ସେ ବିଜେପିର ମିଶ୍ରଣ ପର୍ବରେ ଯୋଗ ଦେଇ ବିଦ୍ଧି ବଦ୍ଧ ଭାବେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି । ତେବେ ନିମାପଡାରୁ ୩ ୩ ଥର ବିଧାୟକ ରହିଥିବା ସମୀରଙ୍କ ଚଳିତ ଥର ଟିକେଟ କଟିବା ପରେ ସେ ଦଳ ଉପରେ ଖପ୍ପା ରହିଥିଲେ । ୨୦୦୬ ମସିହାରୁ ଦଳରେ ରହି ନିଷ୍ଠାପର କାମ କରିବା ଭିତରେ ସମୀରଙ୍କୁ ଦଳ ୩ ଥର ନିମାପଡାର ଦାୟିତ୍ୱ ଦେବା ସହ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ ମଧ୍ୟ କରିଥିଲେ । କିନ୍ତୁ ଚଳିତ ଥର ତାଙ୍କୁ ଟିକେଟ ନମିଳିବାରୁ ସେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପିରିକି ଟିକେଟର ପୁର୍ନବିଚାର କରିବା ପାଇଁ ବିଜେଡି ଉପରେ ଚାପ ପକାଉଥିଲେ । କିନ୍ତୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଯାହା ପରେ ଦଳ ତାଙ୍କ ମାନଭଞ୍ଜନ କରିବା ପାଇଁ ଟିକେଟ ବଦଳରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲେ । ଏହା ପରେ ସମୀରଙ୍କ ରାଗ ଶାନ୍ତ ପଡିଯାଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଭିତରେ ଭିତରେ ଅସନ୍ତୋଷର ନିଆଁରେ କୁହୁଳୁଥିବା ସମୀର ଏଭଳି କିଛି ପଦକ୍ଷେପ ନେବେ ବୋଲି ଆଗରୁ ଚର୍ଚ୍ଚା ହେଉଥିଲା । ଯାହାକୁ ଖୋରାକ ଯୋଗାଉଥିଲା ନିମାପଡା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତି ପରିଡାଙ୍କ ମନ୍ତବ୍ୟ । ସେ ନିକଟରେ ସମୀରଙ୍କୁ ନେଇ ଏଭଳି କିଛି କହିଥିଲେ । ଆଉ ଆଜି ତାହା ସତରେ ପରିଣତ ହୋଇଛି । ୩ ଦଶନ୍ଧିର ସମ୍ପର୍କକୁ ତୁଟାଇ ଗେରୁଆ ଦଳରେ ସାମିଲ ହୋଇଛନ୍ତି । ତେବେ ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏବେ ସମୀର କେଉଁ ଭୂମିକାରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତାକୁ ନେଇ ଆଲୋଚନା ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *