ଶଙ୍ଖ ଧରିବେ ନୀତେଶ ଗଙ୍ଗଦେବ !

ଶଙ୍ଖ ଧରିବେ ନୀତେଶ ଗଙ୍ଗଦେବ !

ଦର୍ଶକବନ୍ଧୁ ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ଓଡିଶା ରାଜନୀତି । ନିର୍ବାଚନକୁ ଦିନ କେଇଟା ବାକି ରହିଛି କିନ୍ତୁ ଏବେ ପର୍ଯ୍ୟନ୍ତ ନେତା ମନ୍ତ୍ରୀ ମାନଙ୍କ ଦଳ ଡିଆଁ ପର୍ବ ସରିନି । ବିଜେପି ଛାଡିଛନ୍ତି ସମ୍ୱଲପୁରର ପୂର୍ବତନ ସାଂସଦ ନୀତେଶ ଗଙ୍ଗଦେବ । ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟରେ ସେ ଏ ନେଇ ସୂଚନା ଦେଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଲେଖିଛନ୍ତି ଯେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କିଛି ଦିନ ରାଜନୀତିରୁ ସେ ବିରତି ନେଉଛନ୍ତି । କିନ୍ତୁ ଚର୍ଚ୍ଚା ହେଉଛି କି ବିଜେପି ଛାଡିବା ପରେ ବିଜେଡି ମୁହାଁ ହେଉଛନ୍ତି ନୀତେଶ ଗଙ୍ଗଦେବ । ସେଥିପାଇଁ ହୁଏତ ସେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇଛନ୍ତି । ନିକଟରେ ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଓ ପୁଅ ନମନ ଗଙ୍ଗଦେବ ବିଜେଡିରେ ସାମିଲ ହୋଇଛନ୍ତି ଏବଂ ଦେବଗଡ ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଅରୁନ୍ଧତୀ ଦେବୀ । ତେଣୁ ନୀତେଶ  ମଧ୍ୟ ବିଜେଡି ଯାଇ ପାରନ୍ତି ବୋଲି ଚର୍ଚ୍ଚା । କାହିଁକିନା ସମ୍ୱଲପୁର ଲୋକସଭା ଆସନରୁ ଦଳ ଏଥର ତାଙ୍କ ଟିକେଟ କାଟି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଇଛି । ଯେଉଁଥିପାଇଁ ଦଳ ଉପରେ ଖପ୍ପା ରହିଥିଲେ ନୀତେଶ । ତେବେ ଦେଖିବାକୁ ବାକି ରହିଲା ବିଜେପି ଛାଡିବା ପରେ କେବେ ଶଙ୍ଖ ଫୁଙ୍କିବେ ନୀତେଶ ଗଙ୍ଗଦେବ ।

author

Related Articles

Leave a Reply

Your email address will not be published. Required fields are marked *