ଶଙ୍ଖ ଧରିଲେ ଖରିଆର ବିଧାୟକ

ଶଙ୍ଖ ଧରିଲେ ଖରିଆର ବିଧାୟକ

କଂଗ୍ରେସରୁ ଇସ୍ତଫା ଦେବା ପରେ ଶଙ୍ଖ ଧରିଛନ୍ତି ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହି । ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । ଖରିଆରର କଂଗ୍ରେସ ବିଧାୟକ ଥିବା ଅଧିରାଜ ପାଣିଗ୍ରାହୀ ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ଶତାଧିକ ସମର୍ଥକଙ୍କ ସହ ଆସି ସେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ ଅଧିରାଜ ପାଣିଗ୍ରାହୀଙ୍କୁ ଦଳରେ ସ୍ୱାଗତ କରିଛନ୍ତି । ତାଙ୍କୁ ବିଜେଡି ଟିକେଟ୍ ମିଳିବା ପକ୍କା ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସର ଜଣେ ବିଧାୟକ ଦଳ ଛାଡି ବିଜେଡିରେ ସାମିଲ ହେବା ଓଡିଶା କଂଗ୍ରେସ ନେତାଙ୍କୁ ଚିନ୍ତାରେ ପକାଇଛି ।

author

Related Articles

Leave a Reply

Your email address will not be published. Required fields are marked *