ଶଙ୍ଖ ଫୁଙ୍କିଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

ଶଙ୍ଖ ଫୁଙ୍କିଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

ଶଙ୍ଖ ଫୁଙ୍କିଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ନିଜର ହଜାର ହଜାର ସମର୍ଥକକଙ୍କ ଗହଣରେ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁରରେ ବରିଷ୍ଠ ନେତାଙ୍କ ଅନ୍ୱେଷଣରେ ଥିଲା ବିଜେଡି । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କରି ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଥାଇପାରନ୍ତି ବିଜେଡିର ଶୀର୍ଷ ନେତୃତ୍ୱ । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କଲେ ମଧ୍ୟ କେଉଁଠୁ ପ୍ରାର୍ଥୀ କରିବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *