ଶଙ୍ଖ ଫୁଙ୍କିଲେ ଗଣେଶ୍ୱର

ଶଙ୍ଖ ଫୁଙ୍କିଲେ ଗଣେଶ୍ୱର

କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା । ସେ ଆଜି ଶଙ୍ଖ ଫୁଙ୍କିଛନ୍ତି । ଶଙ୍ଖ ଭବନରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟଭାର ତୁଲାଇଥିଲେ । କଂଗ୍ରେସରୁ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନମିଳିବାରୁ ସେ ଦଳ ଛାଡିଥିବା କହିଥିଲେ । ଗଣେଶ୍ୱର ବେହେରା ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ନେଇ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନଙ୍କ କହିବା ଅନୁଯାୟୀ ବିଜେଡି ଯାହାକୁ ବି ଟିକେଟ ଦେଉଛି ଦେଉ, କିନ୍ତୁ ଅନ୍ୟ ଦଳରୁ ଯେ ଆସିବେ, ତାଙ୍କୁ ଗ୍ରହଣ କରାଯିବ ନାହିଁ । ଅନ୍ୟପଟେ ତାଙ୍କର ବିଜେଡିରେ ସାମିଲ ହେବା ଓ ବିଜେଡିରୁ ଟିକେଟ୍ ମିଳିବାକୁ ନେଇ କେନ୍ଦ୍ରାପଡାରେ ଲାଗିରହିଛି ଅସନ୍ତୋଷ ।

author

Related Articles

Leave a Reply

Your email address will not be published. Required fields are marked *