ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ ସାମନ୍ତସିଂହାର

ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ ସାମନ୍ତସିଂହାର

ବିଜେଡିରେ ମିଶିଲେ ବିଜେପିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେପିକୁ ସକାଳୁ ସକାଳୁ ବଡ ଝଟକା ଲାଗିଥିବା ବେଳେ ବିଜେଡି ପାଇଁ ଏହା ଖୁସି ଆଣିଛି । କାରଣ ସକାଳୁ ବିଜେପି ଛାଡିଥିବା ଲେଖାଶ୍ରୀ ଏବେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ୧୦ ବର୍ଷ ତଳେ ଅଧ୍ୟାପନା ଛାଡି ବିଜେପିରେ ଯୋଗ ଦେଇଥିଲେ ଲେଖାଶ୍ରୀ । ଦଳର ସେ ରାଜ୍ୟ ଉପସଭାପତି ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟ ଥିଲେ । ଏହା ମଧ୍ୟରେ ରାଜ୍ୟରେ ପରି ଓ ମମିତା ମେହେର ଭଳି ବିବାଦୀୟ ମାମଲାରେ ସରକାରଙ୍କୁ ଘେରିଥିଲେ । ତେବେ ଲେଖାଶ୍ରୀ ଗତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ ବି ତାଙ୍କୁ ଟିକେଟ୍ ମିଳିନଥିଲା । ୨୦୨୪ ନିର୍ବାଚନ ପାଇଁ ମଧ୍ୟ ତାଙ୍କୁ ଦଳ ଟିକେଟ୍ ଦେଲାନାହିଁ । ନିଷ୍ଠାର ସହ ଦଳ ପାଇଁ କାମ କରିବା ପରେ ବି ଦଳରୁ ଟିକେଟ୍ ନମିଳିବାକୁ ନେଇ ସେ ଦଳ ଛାଡିଥିବା କହିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *