ଶଙ୍ଖ ଫୁଙ୍କିଲେ ମନ୍ମଥ ରାଉତରାୟ

ଶଙ୍ଖ ଫୁଙ୍କିଲେ ମନ୍ମଥ ରାଉତରାୟ

ଶଙ୍ଖ ଫୁଙ୍କିଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । ନିଜ ହଜାର ହଜାର ସମର୍ଥକଙ୍କ ସହ ବିରାଟ ରାଲି କରି ଶଙ୍ଖ ଭବନରେ ପହଁଞ୍ଚିଛନ୍ତି ମନ୍ମଥ । ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେରେ ସାମିଲ ହୋଇଛନ୍ତି । ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ ।ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା କହିଛନ୍ତି ମନ୍ମଥ । ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି ବୋଲି କହିଛନ୍ତି ମନ୍ମଥ ।

author

Related Articles

Leave a Reply

Your email address will not be published. Required fields are marked *