ଶଙ୍ଖ ଭବନ କଳି ପହଞ୍ଚିଲା ନବୀନ ନିବାସରେ

ଶଙ୍ଖ ଭବନ କଳି ପହଞ୍ଚିଲା ନବୀନ ନିବାସରେ

ସତ୍ୟବାଦୀ ବିବାଦକୁ ନେଇ ବିଧାୟକ ଉମାସାମନ୍ତରାୟ ଓ ସଂଜୟ ଦାସବର୍ମା ପ୍ରଥମେ ଆଜି ଶଙ୍ଖ ଭବନରେ ପହଂଚିଥିଲେ । ଶଙ୍ଖ ଭବନର ବୈଠକ ପରେ ନବୀନ ନିବାସ ଗଲେ ଉମା ସାମନ୍ତରାୟ ଓ ସଂଜୟ ଦାସ ବର୍ମା । ଶଙ୍ଖ ଭବନର ଆଲୋଚନା ସରିବା ପରେ ଦୁଇ ନେତାଙ୍କୁ ନେଇ ନବୀନ ନିବାସରେ ପହଂଚିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ । ତେବେ ସତ୍ୟବାଦୀରୁ ନିର୍ବାଚନ କିଏ ଲଢିବ, ତାର ନିଷ୍ପତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ଉମା ସାମନ୍ତରାୟ ।ଗତକାଲି ଭୁବନେଶ୍ୱର ଉପକଣ୍ଠ ଧଉଳୀରେ ଏକ ଗୁପ୍ତ ବୈଠକ କରିଥିଲେ ସଂଜୟ ଦାସବର୍ମା । ସତ୍ୟବାଦୀର ଶହେରୁ ଅଧିକ ନେତା ଓ କର୍ମୀଙ୍କୁ ନେଇ ଏହି ବୈଠକ ଆୟୋଜନ ହୋଇଥିଲା । ଯାହାକୁ ନେଇ ସତ୍ୟବାଦୀରୁ ସଂଜୟ ଦାସବର୍ମା ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପୂର୍ବରୁ ତିନି ଦିନ ତଳେ କର୍ମୀ ସମ୍ମିଳନୀ କରି, ସତ୍ୟବାଦୀରୁ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ଉମା ସାମନ୍ତରାୟ ।

author

Related Articles

Leave a Reply

Your email address will not be published. Required fields are marked *