ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ। ଶପଥ ନେଲେ ୨୮ ମନ୍ତ୍ରୀ। କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ବିଜେପି ମଧ୍ୟପ୍ରଦେଶରେ ସରକାର ଗଢ଼ିବାର ଦୀର୍ଘ ପାଖାପାଖି ମାସେ ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି।ମୋହନ ଯାଦବଙ୍କ ମନ୍ତ୍ରିମଣ୍ଡଳରେ ୧୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। କୈଳାଶ ବିଜୟବର୍ଗୀୟ, ପ୍ରହ୍ଲାଦ ପଟେଲ, ପ୍ରଦ୍ୟୁମ୍ନ ସିଂହ ଓ ବିଶ୍ୱାସ ସାରଙ୍ଗଙ୍କୁ କ୍ୟାବିନେଟ୍ରେ ସ୍ଥାନ ମିଳିଛି। କୁଅଁର ବିଜୟ ଶାହା, ତୁଲସୀ ରାମ ସିଲାବତ ଓ ନିର୍ମଳ ଭୁରିଆଙ୍କୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଯେଉଁ ୨୮ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ୧୨ ଜଣ ମନ୍ତ୍ରୀ ଓବିସି କୋଟାରେ ଅଛନ୍ତି। ଏହାବ୍ୟତୀତ ଜେନେରାଲ କ୍ୟାଟେଗୋରୀର ୭ ଜଣ, ଅନୁସୂଚିତ ଜାତିର ୫ ଜଣ ଓ ଅନୁସୂଚିତ ଜନଜାତିର ୪ ଜଣ ବିଧାୟକ ମନ୍ତ୍ରୀ ପଦ ପାଇଛନ୍ତି।