ଶରତଙ୍କୁ ସଭାପତି ପଦରୁ ହଟାଇବାକୁ ଚକ୍ରାନ୍ତ !

ଶରତଙ୍କୁ ସଭାପତି ପଦରୁ ହଟାଇବାକୁ ଚକ୍ରାନ୍ତ !

24 ବର୍ଷର ନିରଙ୍କୁଶ ସରକାରର ପତନ ଘଟାଇ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର କରିବା ସହିତ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଏହାରି ଭିତରେ ରାଜ୍ୟରେ ବିଜେଡି ସାଙ୍ଗକୁ କଂଗ୍ରେସ ଦଳ ମଧ୍ୟ ପରାଜୟ ଗ୍ରହଣ କରିଛି । ଚଳିତ ନିର୍ବାଚନରେ ବିଧାନସଭା ହେଉ କି ଲୋକସଭା ଉଭୟ ଆସନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । ଏହାରି ଭିତରେ କଂଗ୍ରେସ ଦଳରେ ମୁଣ୍ଡ ଟେକିଛି ଗୋଷ୍ଠୀ କନ୍ଦଳ । ନିର୍ବାଚନ ସମୟରେ ଏକ ହୋଇ ଲଢୁଥିବା କଂଗ୍ରେସ ଦଳ ଏବେ ସମ୍ପୂର୍ଣ୍ଣ ଦୁଇ ଫାଳ ହୋଇଯାଇଛି । କିଛି ନେତା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମର୍ଥନ କରୁଥିବା ବେଳେ ହାତ ଗଣତି କେତୋଟି ନେତା ଶରତ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି । ନିକଟରେ କଂଗ୍ରେସର କିଛି ଅସନ୍ତୁଷ୍ଟ କର୍ମୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ କରିଥିଲେ । ଏହି କାଳିମାଡ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳର ଶୃଙ୍ଖଳା ଭଙ୍ଗ କରୁଥିବା କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 5ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଛଅ ବର୍ଷ ପାଇଁ ବହିଷ୍କାର କରିଛି ଦଳ । ଅନ୍ୟପଟେ କଂଗ୍ରେସ ଦଳ ନେତା କିଏ ହେବ ତାହାକୁ ନେଇ ଏବେ ପର୍ଯ୍ୟନ୍ତ ଅଙ୍କ କଶା ଚାଲିଛି ଏବଂ ଦଳର କିଛି ନେତା ଦିଲ୍ଲୀରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି । ତେବେ ପିସିସି ସଭାପତିଙ୍କୁ ପଦରୁ ହଟାଇବା ପାଇଁ ଚକ୍ରାନ୍ତ ଚାଲିଥିବା ବେଳେ ଆଗକୁ ରାଜ୍ୟ କଂଗ୍ରେସରେ କେଉଁ ମୋଡ ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *