ଶରତଙ୍କ ସ୍ଥାନ ନେବେ ମହମ୍ମଦ ମୋକିମ !

ଶରତଙ୍କ ସ୍ଥାନ ନେବେ ମହମ୍ମଦ ମୋକିମ !

ଶରତଙ୍କ ସ୍ଥାନ ନେବେ କି ମହମ୍ମଦ ମୋକିମ୍ ? ପିସିସି ସଭାପତି ହେବେ ବି କଟକ-ବାରବାଟୀର ପୂର୍ବତନ ବିଧାୟକ ? ହଁ ଦର୍ଶକବନ୍ଧୁ, ବିଧାନସଭା ଅଧିବେଶନ ପୂର୍ବରୁ ଭଙ୍ଗ ହୋଇଛି କଂଗ୍ରେସ କମିଟି । ପିସିସି ସଭାପତି ପଦରୁ ହଟିଛନ୍ତି ଶରତ ପଟ୍ଟନାୟକ । ଗତ କିଛି ଦିନ ଧରି ଶରତ ପଟ୍ଟନାୟକଙ୍କୁ ଦଳରେ ବିରୋଧ କରିବା ସହ ତାଙ୍କୁ କେହି ବି ପିସିସି ସଭାପତି ରୂପେ ସମ୍ମାନ ଦେଉନଥିବା ଦେଖିବାକୁ ମିଳିଥିଲା । ଏବଂ ତରୁନ୍ତ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରିବାକୁ ଆନ୍ଦୋଳନ କରାଯାଉଥିଲା । ଆଉ ଏବେ ତାହା ହିଁ ହୋଇଛିା ଏଆଇସିସିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପିସିସି କମିଟି ଭଙ୍ଗ କରାଯାଇଛିା ବିଧାନସଭାରେ ବିଧାୟକ ଦଳର ନେତା ଚୟନ କରାଯିବା ସହ ପିସିସି ପଦ ପାଇଁ ଲବି ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଆଗରେ ରହିଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । କଟକରେ କଂଗ୍ରେସର ନେତୃତ୍ୱ ନେବା ସହ କଂଗ୍ରେସର ମୂଳଦୁଆ ମଜବୁତ ରଖିବାରେ ମୋକିମଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଉ ଚଳିତ ଥର ନିର୍ବାଚନରେ ମଧ୍ୟ ତାଙ୍କ ଝିଅ ସୋଫିଆଙ୍କୁ ଜିତାଇବାରେ ତାଙ୍କର ହାତ ରହିଛି । ତେଣୁ ଦଳ ଯେଉଁ ଅଭିଜ୍ଞ ଏବଂ ସଙ୍ଗଠନକୁ ଶସକ୍ତ କରିବାର କ୍ଷମତା ଥିବା ବ୍ୟକ୍ତିଙ୍କ ସନ୍ଧାନରେ ରହିଛି ସେ ସବୁ ଗୁଣ ମୋକିମଙ୍କ ମଧ୍ୟରେ ରହିଛି । ତେଣୁ ପିସିସି ହେବା ପାଇଁ ସେ ଯୋଗ୍ୟ ଥିବା କୁହାଯାଉଛି । ତେବେ କେବଳ ମୋକିମ ନୁହନ୍ତି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଭକ୍ତ ଚରଣ ଦାସ ମଧ୍ୟ ଏହି ରେସରେ ସାମିଲ ଅଛନ୍ତି । କାରଣ ଦିଲ୍ଲୀ ଶିବିରରେ ବେଶ୍ ପ୍ରଭାବ ରଖିଥିବା ଏଇ ଅଭିଜ୍ଞ ନେତା ବିହାର, ମଣିପୁର , ନାଗାଲାଣ୍ଡର ପ୍ରଭାରୀ ଭାବେ କାମ କରିଛନ୍ତି । ସାଂଗଠନିକ ଦକ୍ଷତାରେ ପାରଙ୍ଗମ ଭକ୍ତ ଏଥର ଦିଲ୍ଲୀ ଶିବିରର ପସନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଖାଲି ଏଇ ଦୁଇଜଣ ନୁହଁନ୍ତି ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ମଧ୍ୟ ଏହି ରେସରେ ସାମିଲ ଥିବା ଆଲୋଚନା ଚାଲିଛି । ତେବେ ଗତ ୨୪ ବର୍ଷରେ ୯ ଥର ପିସିସି ସଭାପତି ବଦଳି ହୋଇଥିବା ବେଳେ ଦେଖାଯାଉ ଚଳିତ ଥର କିଏ ପିସିସି ସଭାପତି ହେଉଛନ୍ତି ଏବଂ କିପରି କଂଗ୍ରେସକୁ ଆଗକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା ।ô

author

Related Articles

Leave a Reply

Your email address will not be published. Required fields are marked *