ଶରଧାବାଲିରେ ପହଁଞ୍ଚିଲା ତାଳଧ୍ୱଜ ରଥ

ଶରଧାବାଲିରେ ପହଁଞ୍ଚିଲା ତାଳଧ୍ୱଜ ରଥ

ଆଜି ହେଉଛି ରଥଯାତ୍ରାର ଦ୍ୱିତୀୟ ଦିନ । ଧୀରେ ଧୀରେ ଗଡୁଛି ମହାପ୍ରଭୁଙ୍କ ରଥ । ତେବେ ଆଜି ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଁଞ୍ଚିଛନ୍ତି ବଡଠାକୁର ଶ୍ରୀବଳଦେବ ଗୋସାଇଁ । ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିର ଅଭିମୁଖେ ଆସୁଛନ୍ତି ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର । ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ ହଳଦୀମୁଖୀ ମା’ ସୁଭଦ୍ରା । ଏହାପରେ ବିଭିନ୍ନ ନୀତିକାନ୍ତି ପୁନର୍ବାର ଆରମ୍ଭ ହୋଇ ଚତୁର୍ଦ୍ଧାମୂରତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରାଯିବ । ତେବେ ଆଜି ମଧ୍ୟ ଦ୍ୱିତୀୟ ଦିନରେ ପୁରା ବଡଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ପୁରା ପରିବେଶ ଆଜି ଜଗନ୍ନାଥମୟ ହୋଇଉଠିଛି । ଆକାଶ, ପବନ , ଗଗନ ସମସ୍ତେ ଏକାଠି ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *