ଶରୀରକୁ ସୁସ୍ଥ, ଚେହେରାକୁ ଚମକଦାର କରେ ଏହି ଗ୍ରୀନ ଜୁସ୍‌…

ଶରୀରକୁ ସୁସ୍ଥ, ଚେହେରାକୁ ଚମକଦାର କରେ ଏହି ଗ୍ରୀନ ଜୁସ୍‌…

କୁହାଯାଏ ସକାଳେ ଯଦି ଆପଣ ଗ୍ରୀନ ଜୁସ୍ ସେବନ କରନ୍ତି ତେବେ ଏହା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ହିରୋଇନ ମାନେ ନିଜ ସକାଳର ଆରମ୍ଭ ଗ୍ରୀନ ଜୁସରୁ କରିଥାନ୍ତି । ଏହା ପେଟକୁ ପରିସ୍କାର କରିବା ସହ ସ୍କିନ ପାଇଁ ମଧ୍ୟ ଖୁବ ଉପକାରୀ । ତେବେ କେଉଁ ସବୁଜ ପତ୍ର ବା ପନିପରିବା ଜୁସ୍ ପିଇଲେ ଏହା ଭଲ ରେଜଲ୍ଟ ଦେବ ଆସନ୍ତୁ ଜାଣିବା ।

ଗ୍ରୀନ ଜୁସ୍ ମଧ୍ୟରେ ଆଲୋଭେରା, ଧନିଆ ପତ୍ର, ଏବଂ ପାଳଙ୍ଗ ପତ୍ର ଆଦି ସାମିଲ ରହିଥାଏ । କିନ୍ତୁ ଏହା ବ୍ୟତୀତ ମଧ୍ୟ ଏପରି ଏକ ପତ୍ର ରହିଛି , ଯାହାର ରସ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ତେବେ ସେହି ପତ୍ର ହେଉଛି ବାଡିରେ ଏବଂ ରୋଷେଇ ଘରେ ଥିବା ଭୃଷଙ୍ଗ ପତ୍ର । ଏହି ପତ୍ର ଖାଦ୍ୟକୁ ଯେତିକି ସ୍ୱାଦିଷ୍ଟ କରିଥାଏ ସେତିକି ଦେହ ପାଇଁ ମଧ୍ୟ ପ୍ରଭାବକାରୀ । ଏଥିରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଫସଫରସ୍, ଲୁହା, ତମ୍ବା ଏବଂ ଭିଟାମିନ୍ ଭଳି ଅନେକ ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସହାୟକ । ଯଦି ଆପଣ ଭୃସଙ୍ଗ ପତ୍ରକୁ ପାଣିରେ ଫୁଟାଇ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତି, ତେବେ ଆପଣ ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରିପାରିବେ ।

ଭୃସଙ୍ଗ ପତ୍ରରେ ହାଇପୋଗ୍ଲାଇସେମିକ୍ ଗୁଣ ଥାଏ । ଯାହା ରକ୍ତରେ ଶର୍କରା ସ୍ତର କମ କରିବାରେ ସାହାଯ୍ୟ କରେ। ଭୃସଙ୍ଗ ପତ୍ର ପାଣି ପିଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ ।

ଯେଉଁମାନଙ୍କର ପାଚନ ସମସ୍ୟା ଅଛି ସେମାନଙ୍କ ପାଇଁ ଭୃସଙ୍ଗ ପତ୍ର ପାଣି ପିଇବା ବହୁତ ଲାଭଦାୟକ ହୋଇପାରେ ।
ଭୃସଙ୍ଗ ପତ୍ର ପାଣି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥିବାରୁ, ଏହା ତ୍ୱଚାକୁ ମୁକ୍ତ ରାଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିପାରିବ।ଭୃସଙ୍ଗ ପତ୍ର ପାଣି ସୁସ୍ଥ ହୃଦୟ ବଜାୟ ରଖିବାରେ ସାହାଯ୍ୟ କରିପାରେ। ଏହା ସହିତ, ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କାକୁ ହ୍ରାସ କରିପାରେ। ଭୃସଙ୍ଗ ପତ୍ର ପାଣି ତିଆରି କରିବା ପାଇଁ, ପ୍ରଥମେ ତାଜା ଭୃସଙ୍ଗ ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ, ଏକ ପ୍ୟାନରେ ଏକ ଗ୍ଲାସ ପାଣି ଢାଳନ୍ତୁ, ୫-୬ ଟି ଭୃସଙ୍ଗ ପତ୍ର ପକାଇ ଫୁଟାନ୍ତୁ । କିଛି ମିନିଟ୍ ପରେ, ଏହାକୁ ଛାଣି ଚା ପରି ପିଅନ୍ତୁ। କିଛି ଦିନ ଏହାକୁ ସେବନ କରିବା ପରେ ସ୍ୱାସ୍ଥ୍ୟରେ ଫରକ ନିଜେ ଜାଣିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *